କୋଲକାତା,୧୮/୧୧: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ଫାଇନାଲ୍ ମୁକାବିଲା ପାଇଁ ଭାରତକୁ ଶୁଭକାମନା ଜଣାଇଛନ୍ତି । ସେ ମ୍ୟାନ୍ ଇନ୍ ବ୍ଲୁ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏଥର ଟାଇଟଲ୍ ଜିତିପାରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ।
ସେ କହିଛନ୍ତି, ‘ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଚମକପ୍ରଦ ପ୍ରଦର୍ଶନ କରିଆସିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଦଳ ବିଶ୍ୱକପ୍ ଟ୍ରଫି ଉଠାଇ ପାରିବ। ଦଳର ଟ୍ରଫି ପଥରେ ଅଷ୍ଟ୍ରେଲିଆ ଛିଡ଼ା ହୋଇଛି । ଯଦି ଦଳ ପୂର୍ବଭଳି ପ୍ରଦର୍ଶନ କରେ, ତା’ହେଲେ ଭାରତକୁ ଅଟକାଇବା ଅଷ୍ଟ୍ରେଲିଆ ପକ୍ଷେ କାଠିକର ପାଠ ହେବ ।
ଏବେ ସ୍କୁଲ୍ ପାଠ୍ୟକ୍ରମରେ 'ହିଟ୍ ମ୍ୟାନ୍'; ଫଟୋ ଭାଇରାଲ
ଅଷ୍ଟ୍ରେଲିଆ ଏକ ଦୃଢ଼ ଦଳ । ତେଣୁ ଫାଇନାଲ୍ ମୁକାବିଲା ନିଶ୍ଚିତ ଭାବେ କଡ଼ା ସଂଘର୍ଷପୂର୍ଣ୍ଣ ହେବ ।’ ରୋହିତ ବାହିନୀ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍ ଜିତି ଅପରାଜେୟ ସାବ୍ୟସ୍ତ ହୋଇଛି । ପୂର୍ବରୁ ଦଳ ଲିଗ୍ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଟାଇଟଲ୍ ଲଢ଼େଇରେ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି ।
You Can also Read