ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ପିଏମ୍ ମୋଦୀ କହିଲେ ‘ଏହା କାନ୍ଦିବାର ସମୟ ନୁହେଁ’

ନୂଆଦିଲ୍ଲୀ, ୧୮/୦୯: ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ସଂସଦରେ ହଟ୍ଟଗୋଳ କରିଛନ୍ତି । ଲୋକସଭା ବାଚସ୍ପିତ ଓମ୍ ବିର୍ଲା ଜି୨୦ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଅଧିବେଶନ ସ୍ୱଳ୍ପ ଅବଧିର । କିନ୍ତୁ ସମୟ ହିସାବରେ ଏହା ବହୁତ ବଡ଼ । ଐତିହାସିକ ନିଷ୍ପତ୍ତିର ଅଧିବେଶନ ହେବ । 

ଏସିଆ କପରେ ପରାଜୟ ପରେ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ଅଧିନାୟକ, କହିଲେ ‘ବାଦଲ ପାଇଁ ବଦଳିଗଲା’

ସେ କହିଥିଲେ, ସ୍ୱାଧୀନତା ପରେ ଏହି ଭବନକୁ ସଂସଦ ଭବନ ଭାବେ ମାନ୍ୟତା ମିଳିଥିଲା । ଏହି କୋଠା ନିର୍ମାଣ ନିଷ୍ପତ୍ତି ବିଦେଶୀ ଶାସକଙ୍କ ଥିଲା । ଆମେ ଗର୍ବରେ କହି ପାରିବା ଏହାର ନିର୍ମାଣରେ ଆମର ପରିଶ୍ରମ ଓ ଟଙ୍କା ଲାଗିଥିଲା । ସ୍ୱତନ୍ତ୍ର ଅଧିବେଶନରେ ସମସ୍ତ ସାଂସଦ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୋଦୀ ନିବେଦନ କରିଛନ୍ତି । କହିଛନ୍ତି, କାନ୍ଦିବା ଲାଗି ବହୁତ ସମୟ ଅଛି । ପୁରୁଣା କଥାକୁ ଛାଡ଼ି ନୂଆ ସଂସଦକୁ ନୂଆ ଚିନ୍ତାଧାରା ସହ ଆସନ୍ତୁ । 

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଜିଠୁ ଆରମ୍ଭ ହୋଇଥିବା ବେଳେ ୨୨ ସେପ୍ଟେମ୍ବର ଯାଏ ଚାଲିବ । ସ୍ୱତନ୍ତ୍ର ଅଧିବେଶନରେ କାଳରେ ସରକାର ୪ଟି ବିଲ୍‌ ଗୃହରେ ଆଗତ ଓ ଗୃହୀତ କରାଇବାକୁ ଯୋଜନା କରିଛନ୍ତି । ସେଥିରେ ରହିଛି ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌-୨୦୨୩, ଆଡଭୋକେଟ (ସଂଶୋଧନ) ବିଲ-୨୦୨୩, ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ୍ସ ବିଲ୍‌-୨୦୨୩ ଏବଂ ପୋଷ୍ଟ ଅଫିସ ବିଲ୍‌-୨୦୨୩ । 

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ

ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଛି କି ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିପାରନ୍ତି । ଦେଶରେ ଏକ ସମୟରେ ସଂସଦ, ବିଧାନସଭା, ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ସେଥିପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି । ଏହି କମିଟିର ପ୍ରଥମ ବୈଠକ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

  • PrameyaOdia
  • Opposition
  • Special session Parliament
  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.