ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟ ବଜେଟ୍‌ ୨୦୨୪-୨୫ : କୃଷିରେ ଅଭିବୃଦ୍ଧି ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର - ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନୀ ବର୍ଷ ଥିବାରୁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨,୫୫,୦୦୦ କୋଟି ଟଙ୍କାର ବଜେଟ୍ ଆକଳନ ହୋଇଥିବା ବେଳେ ଏପ୍ରିଲରୁ ଜୁଲାଇ ପାଇଁ ୧,୧୮,୦୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି । ଆମ ରାଜ୍ୟରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଏହି ବଜେଟ୍‌ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଆବଶ୍ୟକତାକୁ ଉପଲବ୍ଧି କରି ଏହି କ୍ଷେତ୍ର ପାଇଁ ୨୮ ହଜାର ୯ ଶହ ୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି , ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ ୧୬ ଦଶମିକ ୬ ପ୍ରତିଶତ ଅଧିକ। 

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, କାଳିଆ ଯୋଜନାରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଏବଂ ୧୮ ଲକ୍ଷ ୯୩ ହଜାର ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ସେହିପରି କୃଷି କ୍ଷେତ୍ର ପାଇଁ simplified application for agriculture loan (SAFAL)   ୱେବସାଇଟ୍ ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ।  ଏହା ଋଣ ଆଶାୟୀ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏକ ବରଦାନ ସଦୃଶ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପଶୁ ସମ୍ପଦ ଓ ମତ୍ସ୍ୟ ଚାଷ କ୍ଷେତ୍ର ଓଡ଼ିଶା ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରେ। ଏହି କ୍ଷେତ୍ରର ଉନ୍ନତି ପାଇଁ ୧ ହଜାର ୯ଶହ ୩୮ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦିଆଯାଇଛି । 

ସେହିପରି ବଜେଟ୍‌ରେ ଜଳସେଚନ ଉପରେ ମଧ୍ୟ ଫୋକସ ଦିଆଯାଇଛି । ବଜେଟ୍‌ରେ ସରକାର   କହିଛନ୍ତି ,ଏହି ଅନୁସାରେ  ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୮୬୦ କୋଟିର ପ୍ରସ୍ତାବ ରହିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧୨୨୫ କୋଟିର ବ୍ୟୟବରାଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.