ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୋରି ବାଇକ୍ ଭଦ୍ରକ ଅଞ୍ଚଳରୁ ଜବତ

ନୀଳଗିରି,୨୯/୧ : ବରହମପୁର ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ଭଦ୍ରକ ଅଞ୍ଚଳରୁ ଜବତ କରିବାରେ ସଫଳ ହୋଇଛି ବରହମପୁର ପୋଲିସ । ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ କାର୍ଯ୍ୟରତ ଫାର୍ମାଷିଷ୍ଟ  ସୁବ୍ରତ ବେହେରାଙ୍କ ଗ୍ଲାମର ଏଫ୍ ଆଇ(ଓଡି-୦୧ଏ୧୨୦୪) ବାଇକ ଚଳିତ ମାସ ୧୫ ତାରିଖରେ ଜଣେ ଦୁର୍ବୃତ୍ତ ଚୋରି କରିନେଇଥିଲା। ଚୋରି ବେଳର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ କଏଦ ହୋଇଥିଲା।   

ନୀଳ ରଙ୍ଗର ଜ୍ୟାକେଟ ପିନ୍ଧା ଯୁବକ ଆସି ଉକ୍ତ ଗାଡ଼ିଟିର ଚାବି ଭାଙ୍ଗି ଗାଡ଼ିଟିକୁ ଲୁଟି ନେଇଯାଇଥିଲେ। ସୁବତ୍ର କାର୍ଯ୍ୟ ସାରି ଘରକୁ ଯିବା ପାଇଁ ଗାଡ଼ି ଖୋଜି ନ ପାଇବାରୁ ନିକଟସ୍ଥ ବରହମପୁର ଥାନାରେ ଏକ ଚୋରି ମାମଲା ରୁଜ୍ଜୁ କରିଥିଲେ । ପରେ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ବରହମପୁର ଏଏସଆଇ ସସ୍ମିତା ପାଣିଗ୍ରାହୀ ଗାଡ଼ିଟିକୁ ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ଏକ ଦୋକାନ ସମ୍ମୁଖରେ ରଖାଯାଇଥିବା ଗୁପ୍ତ ଖବରପାଇ ଜବତ କରିଥିବାବେଳେ ଲୁଟେରା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ତୁରନ୍ତ ଲୁଟେରାକୁ କାବୁ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ପାଣିଗ୍ରାହୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.