ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଡିଏ ପକ୍ଷରୁ ଆରମ୍ଭ ହେଲା ସବ୍ ପ୍ଲଟ୍ ରେଗୁଲାରାଇଜେସନ୍ ସେଲ୍

ଭୁବନେଶ୍ଵର, ୦୪/୦୩ : ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା ଓ ଜଟଣୀ ଜିଲ୍ଲା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୪ଟି ସବ୍ ପ୍ଲଟ୍ ନିୟମିତୀକରଣ ଓ ପ୍ରସ୍ତାବିତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ସୁବିଧା ସେଲ୍ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଏହି ସେଲ୍ ପ୍ରତିଷ୍ଠା ହୋଇଛି।

ଏହି ସେଲ୍ ସାଧାରଣ ଜନତାଙ୍କୁ ସେମାନଙ୍କ ଜମିକୁ ଉପବିଭାଜନ କରିବାକୁ ଚାହୁଁଥିବା କିମ୍ବା ଅନଧିକୃତ ଭାବରେ ଉପବିଭାଜିତ ଜମିକୁ ଘରବାରୀ କିସମରେ ପରିଣତ କରିବା ଉଦ୍ଦେଶ୍ୟରେ ନିୟମିତ କରିବାରେ ସାହାଯ୍ୟ କରିବ। ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ବିଡିଏ ଦ୍ୱାରା ଯୋଜନା ପ୍ରସ୍ତୁତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ କରିବାରେ ଏହି ସେଲ୍ ସହାୟକ ହେବ। ଏହି ସେଲ୍ କାର୍ଯ୍ୟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟ କରିବ। ସେଲର ବିବରଣୀ ଏବଂ ଅବସ୍ଥାନ ବିଡିଏ (www.bda.gov.in)ର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରାଯାଇଛି। ବିଡିଏ ପକ୍ଷରୁ କୁହାଯାଇଛି ଯେ ସେଲ୍ ଗୁଡ଼ିକରେ ୨ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ/ୟୁଏଲବିର ଅନୁମୋଦନ ବିନା ଅନଧିକୃତ ଭାବେ ଉପ-ପ୍ଲଟରେ ବିଭକ୍ତ ହୋଇଥିବା ପ୍ଲଟ୍ ଗୁଡ଼ିକରେ ନିର୍ମାଣ ଅନୁମତି ପ୍ରଦାନ ଉପରେ ରାଜ୍ୟ ସରକାର ODA ଆକ୍ଟ ଅନୁଯାୟୀ ୨୦୧୫ ମସିହାରେ ପ୍ରତିବନ୍ଧକ ଲଗାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ଓ ୨୦୨୨ରେ ସରକାର ଆବଶ୍ୟକ କମ୍ପାଉଣ୍ଡିଂ ଫି' ଜମା କରି ଏଭଳି ଅନଧିକୃତ ଲେଆଉଟ୍ କୁ ନିୟମିତ କରିବା ପାଇଁ ଦୁଇଟି ଭିନ୍ନ ଭିନ୍ନ ସ୍କିମ୍ ଆଣିଥିଲେ। ଏହି ସେଲ୍ ଏହି ଯୋଜନା ଅଧୀନରେ ସେମାନଙ୍କର ଅଣ-ଅନୁମୋଦିତ ପ୍ଲଟଗୁଡ଼ିକୁ ନିୟମିତ କରିବାକୁ ଚାହୁଁଥିବା ଆବେଦନକାରୀଙ୍କୁ ସାହାଯ୍ୟ କରିବ।  

ନିୟମିତ ଉପ-ପ୍ଲଟ୍ ଉପରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ ଉନ୍ନୟନ ଯୋଜନାରେ ନିର୍ଦ୍ଦିଷ୍ଟ ଜମି ବ୍ୟବହାର, ଯୋଜନା ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ଡ ନିୟମ ବା ନିୟମାବଳୀ ଅନୁଯାୟୀ ବିଚାର କରାଯିବ। ଏହିପରି ଆବେଦନ ସମୟରେ ଏହି ବ୍ୟବସ୍ଥା ମଧ୍ୟ ପ୍ରଯୁଜ୍ୟ ହେବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.