ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୁବ୍‌ ଶୀଘ୍ର ବିବାହ କରିବେ ତାପସୀ, ବଏଫ୍ରେଣ୍ଡ୍‌ ମାଥିଆସ ବୋଙ୍କ ଧରିବେ ହାତ

ନୂଆଦିଲ୍ଲୀ ୨୯/୦୨: ବଲିଉଡ୍‌ରେ ଜଣଙ୍କ ପରେ ଜଣେ କଳାକାର ବିବାହ କରୁଥିବାବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ତାପସୀ ପନ୍ନୁ । ତାଜା ଖବର ଅନୁସାରେ, ପୁରୁଷ ବନ୍ଧୁ ମାଥିଆସ ବୋଙ୍କ ସହ ତାପସୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଦୟପୁରରେ ଉଭୟ ଖ୍ରୀଷ୍ଟିଆନ୍‌ ଓ ଶିଖ ପରମ୍ପରା ଅନୁସାରେ ବିବାହ କରିବେ । ଏଥିରେ କେବଳ ଉଭୟଙ୍କ ପରିବାର ସାମିଲ ହେବେ । କିନ୍ତୁ ତାପସୀ ଏପର୍ଯ୍ୟନ୍ତ ସିନେ ଇଣ୍ଡଷ୍ଟ୍ରିକୁ ନିମନ୍ତ୍ରଣ କରିନାହାନ୍ତି । 

ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା, କ୍ୟାଟ୍ରିନା କୈଫ୍‌ ଓ କିଆରା ଆଡ଼ଭାନି ଉଦୟପୁରରେ ବିବାହ କରିଥିଲେ । ତେବେ ଅଦ୍ୟାବଧି ଦୁହିଁଙ୍କ ମଧ୍ୟରୁ କେହି ବିବାହ ବିଷୟରେ ଔପଚାରିକ ଘୋଷଣା କରିନାହାନ୍ତି । ନିକଟରେ ତାପସୀ ମାଥିଆସଙ୍କ ବିଷୟରେ ଖୋଲି କଥା ହୋଇଛନ୍ତି । ନିଜର ପ୍ରଥମ ବଲିଉଡ୍‌ ଫିଲ୍ମ ‘ଚଶ୍‌ମେ ବଦ୍ଦୂର୍‌’ର ସୁଟିଂ ସମୟରେ ଉଭୟଙ୍କର ଭେଟ ହୋଇଥିଲା । ୪୩ ବର୍ଷୀୟ ମାଥିଆସ୍‌ ଡେନ୍‌ମାର୍କର ଜଣେ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି । ସେ ଦୁଇ ଥର ୟୁରୋପିଆନ୍‌ ଚାମ୍ପିଅନ୍‌ ଓ ଅଲିମ୍ପିକ୍‌ ମେଡାଲ ପାଇଛନ୍ତି । ୨୦୨୦ ମସିହାରେ ସେ ବ୍ୟାଡ୍‌ମିଣ୍ଟନ୍‌ରୁ ସନ୍ନ୍ୟାସ ନେଇଥିଲେ । 

ତାପସୀ-ମାଥିଆସ ଗତ ୧୦ ବର୍ଷ ହେଲା ଏକାଠି ଅଛନ୍ତି । ଉଭୟ ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହି ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିଛନ୍ତି । ତାପସୀ ମାଥିଆସଙ୍କ ସହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଖୁବ୍‌ଶୀଘ୍ର ‘ହସୀନ୍‌ ଦିଲ୍‌ରୁବା’ର ସିକ୍ୱେଲରେ ସେ ନଜର ଆସିବେ । ଫିଲ୍ମର ଟାଇଟଲ୍‌ ‘ଫିର୍‌ ଆୟି ହସୀନ୍‌ ଦିଲ୍‌ରୁବା’ । ଏଥିରେ ସେ ବିକ୍ରାନ୍ତ ମେସି, ସନ୍ନି କୌଶଲ ଓ ଜିମ୍ମି ଶେରଗିଲଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ଫିଲ୍ମର ରିଲିଜ୍‌ ତାରିଖ ଅଦ୍ୟାବଧି ଘୋଷଣା ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.