ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ରାଜନୀତିରେ ଏଣ୍ଟ୍ରି କଲେ ଥଲାପତି ବିଜୟ, ଘୋଷଣା କଲେ ନିଜ ଦଳର ନାଁ

ନୂଆଦିଲ୍ଲୀ, ୨/୨ : ସାଉଥ ଇଣ୍ଡଷ୍ଟ୍ରିର ଥଲାପତି ବିଜୟଙ୍କୁ କିଏ ବା ନ ଜାଣେ । ତାଙ୍କର ଅଭିନୟର ନିଆରା ଷ୍ଟାଇଲ୍ ପାଇଁ ସେ ବେଶ ପରିଚିତ । ଏବେ ସେ ନୂଆ ଇନିଂଶ ଆରମ୍ଭ କରିବାକୁ ଯାଉଛନ୍ତି । ପରଦାରେ ନୁହେଁ, ବରଂ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ଥଲାପତି । ସେ ତାଙ୍କ ଦଳର ନାଁ ଘୋଷଣା କରି ଦେଇଛନ୍ତି । ଦଳର ନାଁ ‘ତାମିଜାହା ଭେଟ୍ରି କଜଗମ’ ରଖିଛନ୍ତି । ଏହାସହ ବିଜୟ ନିଜର ଏକ ଷ୍ଟେଟମେଣ୍ଟ ମଧ୍ୟ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି କି, ସେ ୨୦୨୪ ଲୋକସଭା ନିର୍ବାଚନ ଲଢିବେ ନାହିଁ ଏବଂ ନା ଏହି ନିର୍ବାଚନରେ କୌଣସି ପାର୍ଟିକୁ ସପୋର୍ଟ କରିବେ । ମୁଁ ଏହି ନିଷ୍ପତ୍ତି ସାମାନ୍ୟ ଏବଂ କାର୍ଯ୍ୟକାରୀ ପରିଷଦର ବୈଠକ ଲାଗି କରିଛି ।

ବିଜୟ ନିଜ ଷ୍ଟେଟମେଣ୍ଟରେ କହିଛନ୍ତି କି, ମୁଁ ନିଜ ଦଳ ‘ତାମିଜାହା ଭେଟ୍ରି କଜଗମ’କୁ ରେଜିଷ୍ଟର କରିବା ଲାଗି ଆଜି ନିର୍ବାଚନ ଆୟୋଗରେ ଆବେଦନ କରୁଛି । ଆମର ଲକ୍ଷ ଆଗାମୀ ୨୦୨୬ବିଧାନସଭା ନିର୍ବାଚନ ଲଢିବା ଏବଂ ଜିତିବା ଅଟେ । ଏହାସହ ମୌଳିକ ରାଜନୈତିକ ପରିବର୍ତ୍ତନ ଆଣିବାରେ ଅଛି, ଯାହା ଲୋକେ ଚାହୁଁଛନ୍ତି ।


ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅନେକ ଅଭିନେତା ରାଜନୀତିରେ ପ୍ରବେଶ କରିଛନ୍ତି । ସାଉଥର ଅନେକ ଷ୍ଟାର୍ ମଧ୍ୟ ରାଜନୀତିରେ ପ୍ରବେଶ କରି କେତେକ ସଫଳ ହୋଇଛନ୍ତି ଏବଂ ଅନ୍ୟ କେତେକ ବିଫଳ ହୋଇଛନ୍ତି । ତେବେ‌ ସମୟ କହିବ ବିଜୟ ପରଦା ଭଳି ରାଜନୈତିକ ମୈଦାନରେ ନିଜର ପ୍ରଶଂସକଙ୍କୁ କେତେମାତ୍ରାରେ ନିଜର କରି ପାରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.