ଭୁବନେଶ୍ୱର,୩୦/୦୧: ଆସନ୍ତା ୪ ତାରିଖରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆୟୋଜିତ ହେବ ହାଫ୍-ମାରାଥନ । ଏହି ମାରାଥନରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିବା ପାଇଁ ଭିଡିଓ ବାର୍ତ୍ତା ଦେଇ ଆବେଦନ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ ।
ସେ କହିଛନ୍ତି, ‘ମେରାମଣ୍ଡଳୀ ହାଫ୍ ମାରାଥନ ୩ଟି ବର୍ଗରେ ଆୟୋଜିତ ହେବ । ଯଥା- ୨୧ କି.ମି, ୧୦ କି.ମି ଏବଂ ୫ କି.ମି । ଆପଣମାନଙ୍କୁ ମୋର ଅନୁରୋଧ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଏହାକୁ ସଫଳ କରାନ୍ତୁ । ଆପଣମାନଙ୍କର ଏହି ଛୋଟ ପ୍ରୟାସ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସବୁଠୁ ବଡ଼ ଯୋଗଦାନ ହେବ । ଏଭଳି ଏକ ମାରାଥନ ଆୟୋଜନ କରୁଥିବାରୁ ଟାଟା ଷ୍ଟିଲ୍ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛି ।’