ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ, ୨୦୩୬ ପର୍ଯ୍ୟନ୍ତ କେସିଆରଙ୍କ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ହାଇଦ୍ରାବାଦ, ୨୧/୦୨: କେସିଆରଙ୍କୁ ହଟାଇ ତେଲଙ୍ଗାନାରେ କ୍ଷମତାକୁ ଆସିଛି କଂଗ୍ରେସ । ସରକାରରେ ଥିବା କଂଗ୍ରେସ କେସିଆରଙ୍କ ବିଆରଏସ୍ ଦଳକୁ ୨୦୩୬ ପର୍ଯ୍ୟନ୍ତ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । କଂଗ୍ରେସ ସାଂସଦ ହନୁମାନଥା ରାଓ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ୨୦୩୬ ଯାଏଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ଦାବି କରିଛି ।

କଂଗ୍ରେସର ଚିଠି ଅନୁସାରେ, କାଳେଶ୍ୱରମ ଉଠାଜଳସେଚନ ଲାଗି ହୋଇଥିବା ଋଣ ପରିଶୋଧ ନ ହେବା ଅଥବା ୨୦୩୫-୩୬ ପର୍ଯ୍ୟନ୍ତ ବିଆରଏସ୍ ଉପରେ ବ୍ୟାନ୍ ଲଗାଇବାକୁ ଦାବି କରାଯାଇଛି । ଚିଠିରେ କାଳେଶ୍ୱରମ ଉଠାଜଳସେଚନ ସିଏଜି ଧରିଥିବା ଦୁର୍ନୀତି ରିପୋର୍ଟକୁ ଯୋଡ଼ିଛନ୍ତି କଂଗ୍ରେସ ସାଂସଦ । କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ୍ ସରକାରରେ ଏହି ପ୍ରକଳ୍ପ ହୋଇଥିଲା ।

ଗତ ସପ୍ତାହରେ ତେଲଙ୍ଗାନା ବିଧାନସଭାରେ ଉପସ୍ଥାପନ ହୋଇଥିଲା ସିଏଜି ରିପୋର୍ଟ । ଯାହାକୁ ନେଇ  ବିଆରଏସ୍ ସମାଲୋଚନାର ଶିକାର ହୋଇଥିଲା । କଂଗ୍ରେସ ଅନୁସାରେ, ବିଆରଏସ୍ ସ୍ୱାଧୀନ ଭାରତର ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ।

ହନୁମାନଥା ରାଓ କହିଛନ୍ତି, ନିର୍ବାଚନ କ୍ଷମତା ଅଛି ସେ ପ୍ରତିବନ୍ଧକ ଲଗାଇ ପାରିବେ । ବ୍ୟାନ୍ ଦ୍ୱାରା ଅନ୍ୟ ଦଳକୁ ଶିକ୍ଷା ମିଳିବ । କେହି ଜନସାଧାରଣଙ୍କ ଅର୍ଥର ଦୁରୂପଯୋଗ କରିବାକୁ ପଛ ଘୁଞ୍ଚା ଦେବେ । ସିଏଜି ରିପୋର୍ଟ ଅନୁସାରେ, ୧, ୪୧, ୫୪୪ କୋଟି ଟଙ୍କା ବିଆରଏସ୍ ସରକାର ଋଣ କରିଛି । ୨, ୫୨, ୦୪୮ କୋଟି ଟଙ୍କା ବକେୟା ରହିଛି । ଋଣ ଦ୍ୱାରା ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ହୋଇ ଯାଇଥିବା କଂଗ୍ରେସ ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.