ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

୧୦ ହଜାର ଫୁଟ ଉଚ୍ଚରେ ‘ଜୟ ଶ୍ରୀରାମ’ ପତାକା ଉଡାଇଲେ ନ୍ୟାଭି ଅଫିସର୍‌, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ ୨୬/୦୧: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଖୁସିରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ରାଜକୁମାର ଥାଇଲ୍ୟାଣ୍ଡ ଆକାଶରେ ଉଡ଼ାଇଛନ୍ତି ‘ଜୟ ଶ୍ରୀରାମ’ ପତାକା । ୧୦ ହଜାର ଫୁଟ ଉଚ୍ଚରୁ ସ୍କାଇଡାଇଭ୍‌ କରି ସେ ଏହି ପରାକାଷ୍ଠା ଦେଖାଇଛନ୍ତି । ରାଜକୁମାର ଏବେ ଜଣେ ପେସାଦାର ସ୍କାଇଡାଇଭିଂ ଆନାଲିଷ୍ଟ୍‌ । କ୍ରୀଡ଼ା ଓ ସାମରିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରୁଛନ୍ତି । ତାଙ୍କ ସ୍କାଇଡାଇଭିଂର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି ।

ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ କମ୍ୟୁନିକେସନ୍‌, ଚଣ୍ଡିଗଡ଼ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଭିଡିଓ ପୋଷ୍ଟ୍‌ କରାଯାଇଛି । ଏଥିରେ ରାଜକୁମାର ହାତରେ ବ୍ୟାଗ୍‌ ଧରି ଏକ ବିମାନ ପାଖକୁ ଯାଉଥିବା ନଜର ଆସିଛନ୍ତି । ବିମାନ ଆକାଶରେ ୧୦ ହଜାର ଫୁଟ ଉଚ୍ଚରେ ପହଞ୍ଚିବା ପରେ ସେ ତଳକୁ ଲମ୍ଫ ଦେଲେ ଏବଂ ନିଜର ପାରାଚ୍ୟୁଟ୍‌ ଖୋଲିଲେ । ତା’ପରେ ମଝି ଆକାଶରେ ‘ଜୟ ଶ୍ରୀରାମ’ ପତାକା ଉଡ଼ାଇଲେ । ଶେଷରେ ବେଶ ଆରାମରେ ସେ ତଳକୁ ଓହ୍ଲାଇଥିବା ଦେଖିବାକୁ ମିଳିଲା । 




ଭିଡିଓ ସହିତ କ୍ୟାପ୍‌ସନ ରହିଛି ‘ନୂଆ ଉଚ୍ଚତା ଅଭିମୁଖେ ଅଗ୍ରସର । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଖୁସିରେ ଥାଇଲ୍ୟାଣ୍ଡରେ ୧୦ ହଜାର ଫୁଟ ଉଚ୍ଚ ଆକାଶରେ ଗର୍ବର ସହ ଜୟ ଶ୍ରୀରାମ ପତାକା ଉଡ଼ାଇଲେ ଅବସରପ୍ରାପ୍ତ ନ୍ୟାଭି ଅଫିସର୍‌ ରାଜକୁମାର ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.