ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଧୁତ୍ୱର ଢ଼ାଗାରେ ବାନ୍ଧି ଭାଇଚାରା ତିଆରି କରିଛି ନୀଳଗିରି ଯୁବ ମହୋତ୍ସଵ

ନୀଳଗିରି,୮/୨ : ବନ୍ଧୁତ୍ୱର ଢ଼ାଗାରେ ବାନ୍ଧି ଭାଇଚାରା ତିଆରି କରିଛି ନୀଳଗିରି ଯୁବମହୋତ୍ସଵ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କିଛି ନୂଆକରି ଅଞ୍ଚଳବାସୀଙ୍କୁ ମନୋରଞ୍ଜନ ହେଉ କିମ୍ବା କଳା,ସଂସ୍କୃତି ପରମ୍ପରା ବଞ୍ଚାଇବା,ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇବା ସହ ଲୁକ୍କାୟିତ ପ୍ରତିଭା ଚିହ୍ନଟ କରି ସମ୍ବର୍ଦ୍ଧିତ କରିବା କ୍ଷେତ୍ରରେ ଯୁବ ମହୋତ୍ସବ ଏକ ଅଗ୍ରଣୀ ଭୂମିକା ନେଇଛି।ତିନିବର୍ଷରେ ପାଦ ଥାପିଥିବା ବେଳେ ସଦସ୍ୟଙ୍କ ଉତ୍ସାହ ଦେଖି ଏହା ୩୦ବର୍ଷ ର ପୁରୁଣା ଉତ୍ସବ ଭଳି ଲାଗୁଛି।ଏଭଳି ମତବ୍ୟକ୍ତ କରିଛନ୍ତି ନୀଳଗିରି ମହୋତ୍ସବ ଉଦଘାଟନ ଉତ୍ସବରେ ଯୋଗଦେଇଥିବା ମୁଖ୍ୟ ଅତିଥି।

ବାଲେଶ୍ଵର ଜିଲ୍ଲା ନୀଳଗିରି କେସିହାଇସ୍କୁଲ ପଡିଆ ଠାରେ ଆଜି ମହାସମାରୋହରେ ପାଳନ ହୋଇଛି ନୀଳଗିରି ଯୁବ ମହୋତ୍ସବ।ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ ମହୋତ୍ସଵକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉଦଘାଟନ ଉତ୍ସବରେ ମଞ୍ଚାସିନ ରହିଥିଲେ। ୫୦୦ ରୁ ଉର୍ଦ୍ଧ୍ବ ଯୁବକ ଓ ଯୁବତୀ ଏକାଠି ହୋଇ ସଦସ୍ୟ ଭାବେ ଶୃଂଖଳିତ ଭାବେ ଏଭଳି ଉତ୍ସବ ଆୟୋଜନ କରିବା କିଛି ବଡ଼ କଥାନୁହଁ ବୋଲି ମୁଖ୍ୟଅତିଥି ଶ୍ରୀ ମହାଳିକ କହିଥିଲେ।ମହାବିଦ୍ୟାଳୟ ସ୍ତରରେ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।

ଉଦଘାଟନ ଉତ୍ସବ ରେ ଭାସ୍କର ବିଶ୍ୱାଳ ଅତିଥି ପରିଚୟ ଦେଇଥିବା ବେଳେ ଚନ୍ଦ୍ରବିନ୍ଦୁ ଦାସ ଧନ୍ୟବାଦ ଦେଇଥିଲେ।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ସୁନାମଧନ୍ୟ କଣ୍ଠଶିଳ୍ପୀ ଅଙ୍କିତା ଭଟାଚର୍ଯ୍ୟ ଙ୍କ ସୁମଧୁର କଣ୍ଠରୁ ଉପସ୍ଥିତ ଦର୍ଶକ ବେଶ ଝୁମି ଉଠିଥିଲେ। ପ୍ରତିରକ୍ଷା ବିଭାଗ ତରଫରୁ ପଡିଥିବା ବ୍ରହ୍ମସ୍ତ୍ର ,ଅଗ୍ନି,ପୃଥଭି କ୍ଷେପଣାସ୍ତ୍ର,ଟ୍ୟାଙ୍କର ଓ ବିଭିନ୍ନ ଯୁଦ୍ଧାସ୍ତ୍ରର ପ୍ରଦର୍ଶନି ଦେଖିବାକୁ ଭିଡ଼ ଲାଗିଥିଲା। ମିନାବଜାର ବୁଲିବା,ଦୋଳି ଖେଳିବାକୁ ଅଞ୍ଚଳବାସୀ ମନଭରି ଉପଭୋଗ କରିଥିଲେ।

ଆହୁରି ପଢନ୍ତୁ : ୧୦୪ କେଜି ଗଞ୍ଜେଇ ସହ ୩ ବାଇକ ଜବତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.