ରିଆମାଳ, ୨୭।୧୨ : ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୂଆଁଡିହି ଫରେଷ୍ଟ ସେକ୍ସନ କଣ୍ଠିମାଳ ଗ୍ରାମ ନିକଟସ୍ଥ ଡ୍ୟାମରେ ଏକ ହାତୀ ଛୁଆର ମୃତଦେହ ପଡି ରହିଛି।
ରେଞ୍ଜର ନିରଞ୍ଜନ ଧରୁଆଙ୍କ ସୂଚନା ଅନୁସାରେ ମୃତ ହାତୀ ଶାବକର ଵୟସ ୧ରୁ ୨ବର୍ଷ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ରିଆମାଳ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ହାତୀ ଶାବକର ବ୍ୟବଛେଦ ପରେ ମୃତ୍ଯୁର ସଠିକ କାରଣ ଜଣାପଡିବ l