ଚଳିତ ବର୍ଷ ଅନାବୃଷ୍ଟି କାରଣରୁ କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା। ବ୍ଲକର ସଚେତନ କୃଷକ ମଞ୍ଚ ଓ ବିଭିନ୍ନ ପଞ୍ଚାୟତର ଚାଷୀମାନେ ମରୁଡ଼ି ଘୋଷଣା କରିବାକୁ କୋକସରା ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାକୁ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି ଚାଷୀ ସମୂହଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ଲକର ୨୨ ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ମରୁଡ଼ି ଘୋଷଣା ସହ କ୍ଷତିପୂରଣ, କୃଷି ଋଣ ଛାଡ଼ ସହ ବୀମା କରିଥିବା ଚାଷୀଙ୍କୁ ସହାୟତା ଯୋଗାଇ ଚିଠି ଲେଖାଯାଇଛି। ଅଧ୍ୟକ୍ଷାଙ୍କ ପ୍ରତିନିଧି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...