ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୬।୨  –  କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ଏବଂ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି ) ଆଦେଶ (ସଂଶୋଧନ) ବିଲ୍ – ୨୦୨୪ ଉପରେ ବିବୃତ୍ତି ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।          

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଐତିହାସିକ ବିଲ୍ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡି ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡୋ ଓ ମାଙ୍କଡିଆଙ୍କ ସହ ୧୫ ଟି ଜନଜାତି ସମୁଦାୟରେ ୫୦ରୁ ଉର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିଲେ, ସେମାନଙ୍କୁ ମୋଦି ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାଢେ ଚାରି କୋଟି ଓଡ଼ିଆଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । 

 ସେ କହିଛନ୍ତି ଯେ ମୋଦି ସରକାର ହେଉଛନ୍ତି ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଜନଜାତିଙ୍କ ପ୍ରତି ପୂର୍ବରୁ ହୋଇଥିବା ଐତିହାସିକ ଭୁଲକୁ ସୁଧାରିଛନ୍ତି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଜାତି ସମୁଦାୟଙ୍କ ପାଇଁ ଏହି ବିଧେୟକ ଆର୍ଥିକ-ସାମାଜିକ କ୍ଷେତ୍ରରେ ବହୁତ ବଡ ପ୍ରଭାବ ପକାଇବ । ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ଯେଉଁ ଉତ୍ସାହ ଥିଲା, ଏହି ବିଧେୟକ ଆଇନରେ ପରିଣତ ହେଲେ ଓଡ଼ିଶାର ଜନଜାତି ସମାଜର ବିଶେଷତଃ ୪ଟି ଆଦିମ ଜନଜାତି ସମୁଦାୟଙ୍କ ମଧ୍ୟରେ ସେହି ଉତ୍ସାହ ଦେଖାଯିବ । ଏହି ସମୁଦାୟଙ୍କୁ ନ୍ୟାୟ ଏବଂ ସାମ୍ବିଧାନିକ ଅଧିକାର ଦେବା ଏବଂ ସେମାନଙ୍କୁ ଆକାଂକ୍ଷା ତଥା ଅଭିଳାଷକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପ ସଫଳ ହେବ । 

  ସବକା ସାଥ୍-ସବକା ବିକାଶ – ସବକା ବିଶ୍ୱାସ –ସବକା ପ୍ରୟାସ ଆମ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ।  ୨୦୦୨ ପରେ ଆଜି ୨୦୨୪ରେ ଓଡ଼ିଶାର କିଛି ଜନଜାତି ସମୁଦାୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦିଆଯାଉଛି । ସବୁ ବଞ୍ଚିତଙ୍କୁ ସେମାନଙ୍କ ଅଧିକାର ମିଳୁ, ଏହା ମୋଦି ଗ୍ୟାରେଣ୍ଟି । ଏସଏସି, ଏସଟି, ଓବିସି ଏବଂ ପିଭିଟିଜିକୁ ଦଶନ୍ଧି ଦଶନ୍ଧି ଧରି ଯେଉଁମାନେ ଅବହେଳା କରିଥିଲେ, ସେମାନେ ଆଜି ପୁଣି ଥରେ ଏହି ବିଲ୍ ଉପରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।  

 କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି ।  କିନ୍ତୁ ଏପରି ଅନେକ ଉଦାହରଣ ରହିଛି, ଯେତେବେଳେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା । ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିଲା । ଏହି ସମ୍ବିଧାନ ବିରୋଧୀ ନିଷ୍ପତ୍ତିକୁ ଜନଜାତିଙ୍କ ସମେତ ସବୁ ଆଡୁ ବିରୋଧ ହେବା ପରେ ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ସହ ସାଲିସ୍ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି ।

ଆହୁରି ପଢନ୍ତୁ : ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ ପାଇଁ ନୀତି ନିର୍ଦ୍ଧାରଣ ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.