ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱର ସବୁଠୁ ଛୋଟ ୱାଶିଙ୍ଗ୍ ମେସିନ୍ ତିଆରି କଲେ ବ୍ୟକ୍ତି, ଇନଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କଲା ଗିନିଜ୍ ରେକର୍ଡ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ ୨୬/୦୨: ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ବିଶ୍ୱର ସବୁଠୁ ଛୋଟ ୱାଶିଙ୍ଗ୍‌ ମେସିନ୍‌ ପ୍ରସ୍ତୁତ କରି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ସେ ହେଲେ ଟୁନି ସହରର ବାସିନ୍ଦା ସାଇ ତିରୁମଲାନିଡି । ସେ ଯେଉଁ ୱାଶିଙ୍ଗ୍‌ ମେସିନ୍‌ ପ୍ରସ୍ତୁତ କରିଛନ୍ତି ତାର ଆକାର ଏକ ଦିଆସିଲି ଖୋଳ ଭଳି । ଗିନିଜ୍‌ ରେକର୍ଡ କର୍ତ୍ତୁପକ୍ଷ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ମଧ୍ୟ ଶେୟାର କରିଛନ୍ତି । 




ଭିଡିଓରେ ତିରୁମଲାନିଡିଙ୍କୁ ଛୋଟ ଛୋଟ ପାର୍ଟସ୍‌ ବ୍ୟବହାର କରି ୱାଶିଙ୍ଗ୍‌ ମେସିନ୍‌ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ସେ ମେସିନ୍‌ର ସ୍ୱିଚ୍‌ ଅନ୍‌ କରିବା ସହିତ ତାକୁ ଚଳାଇ ବି ଦେଖାଇଛନ୍ତି ।ତିରୁମଲାନିଡି ମେସିନ୍‌ରେ ଦୁଇ ଖଣ୍ଡ ଛୋଟ କପଡ଼ା, ପାଣି ଓ ପୋଷାକ ସଫା ଲାଗି ଡିଟରଜେଣ୍ଟ ପକାଇଥିବାବେଳେ ସଫା ହୋଇସାରିବା ପରେ ତାକୁ କାଢ଼ି ଶୁଖାଉଥିବା ଦେଖିବାକୁ ମିଳିଛି । ଗତବର୍ଷ ଜୁନ୍‌ ୧୭ ତାରିଖରେ ସେ ଏହି ସଫଳତା ହାସଲ କରିଥିଲେ । ତେବେ ଗିନିଜ୍‌ ରେକର୍ଡ କର୍ତ୍ତୁପକ୍ଷ ନିକଟରେ ନିଜର ଆନୁଷ୍ଠାନିକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ଶେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ବହୁ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.