ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍, ସୁନାଚେନ, ମୁଦି ଓ ୨ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

ଆନନ୍ଦପୁର, ୦୭/୧୧ : ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍। ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଲୁଟ୍ ହୋଇଛି। ତିନିଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଛନ୍ତି। 

ସୂଚନାନୁଯାୟୀ, ପଢ଼ିଆରିପଲ୍ଲୀ ହାଇସ୍କୁଲ ବଣିଆପଙ୍କର ଶିକ୍ଷୟିତ୍ରୀ ନିବେଦିତା ପାତ୍ର ନିଜ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିଲେ। ଏତିକି ବେଳେ କେନାଲ ରାସ୍ତାରେ ତିନିଜଣ ଯୁବକ ଏକ କଳା ରଙ୍ଗର ପଲସର ଗାଡ଼ିରେ ଆସି ସମ୍ମୁଖରେ ବାଇକଟିକୁ ରଖି ନିବେଦିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ବେକରୁ ସୁନାଚେନ, ମୁଦି, ଦୁଇଟି ମୋବାଇଲ, ନଗଦ ଦୁଇ ହଜାର ଟଙ୍କା ଲୁଟି ନେଇଥିଲେ। ଏପରିକି ସ୍କୁଟିର ଚାବି ନେଇ ପଳାଇଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ବାଟୋଇଙ୍କ ହାତରେ ଶିକ୍ଷୟିତ୍ରୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.