ଦେବଗଡ଼, ୧୨।୨ : ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି । ନରକଙ୍କାଳଟି ଜଣେ ନିଖୋଜ ଯୁବକର ବୋଲି ଜଣାପଡିଛି।
ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ ପୁଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଜବତ ହୋଇଥିବା ନରକଙ୍କାଳ ସଇଡା ଗ୍ରାମର ଲୋଚନ ଶବରଙ୍କ ୨୦ ବର୍ଷର ପୁଅ ସନ୍ତୋଷ ଶବରଙ୍କ ହୋଇଥିବା ପରିବାର ଲୋକ ନରକଙ୍କାଳ ପାଖରେ ପଡିଥିବା ପ୍ୟାଣ୍ଟ ଓ ସାର୍ଟକୁ ଦେଖି ଚିହ୍ନଟ କରିଥିଲେ । ସନ୍ତୋଷ କାଉଁଶିବାହାଳ ଗ୍ରାମର ଦୂର ସମ୍ପର୍କିୟ ବିମ୍ବାଧର ଲୁହୁରାଙ୍କ ଘରେ ରହି ମନୋଜ ସାହୁଙ୍କ ପାଖରେ କାମ କରୁଥିଲେ । ପ୍ରାୟ ୫ ମାସରୁ ଅଧିକ ହେବ ସନ୍ତୋଷ ନିଖୋଜ ଥିଲେ । ତେବେ ସନ୍ତୋଷଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଆଉ କିଛି ଘଟଣା ଲୁଚି ରହିଛି ସେନେଇ ପୁଲିସ ତଦନ୍ତ କରୁଥିବା ଜଣା ପଡିଛି l
ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ଡ଼ିଜେଲ ଗାଡ଼ି, ହେଲପର ମୃତ