ପ୍ରମୁଖ ଖବର
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ନୀଳଗିରି ରାଜ ପରିବାରର ଜ୍ବାଇଁଙ୍କୁ ମିଳିଲା ଭାଜପା ରାଜ୍ୟସଭା ଟିକେଟ

ନୀଳଗିରି,୧୩/୦୨: ନୀଳଗିରି ରାଜ ପରିବାରର ଛୋଟରାୟ ସାହେବ ସ୍ବର୍ଗତ ଭରତେନ୍ଦ୍ର ମର୍ଦ୍ଦରାଜଙ୍କ ସାନ ଜ୍ବାଇଁ ତଥା ଛତିଶଗଡ ରାଜ୍ୟର ରାୟଗଡ ରାଜପରିବାରର ସଦସ୍ୟ କୁମାର୍ ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ଭାଜପା କେନ୍ଦ୍ରୀୟ ଇଲେକ୍ସନ କମିଟି ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ସେ ଛତିଶଗଡ଼ରେ ଖାଲି ହେବାକୁ ଥିବା ଏକ ମାତ୍ର ରାଜ୍ୟସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବେ । ଦେବେନ୍ଦ୍ର ପ୍ରତାପ ସିଂହ ବିଗତ ୨୦ ବର୍ଷ ଧରି ଭାଜପାର ବିଭିନ୍ନ ପଦ ପଦବୀରେ ରହି ଦଳ ପାଇଁ କାର୍ଯ୍ୟ କରିବା ସହିତ ସଂପ୍ରତି, ଜିଲ୍ଲା ପଂଚାୟତ ସଦସ୍ୟ ଓ ରେଳବାଇ ବୋର୍ଡ ର ହିନ୍ଦୀ ଭାଷା ବିଭାଗ ଶାଖାର ସଦସ୍ୟ ଅଛନ୍ତି । ସ୍ବର୍ଗତ ଛୋଟରାୟ ସାହେବଙ୍କ ବଡଝିଅ ଉପାସନାଙ୍କର ସ୍ବାମୀ, ଉତ୍ତରପ୍ରଦେଶ ତିଲୋଇର ରାଜା ମୟଙ୍କେଶ୍ୱର ସିଂହ, ଏବେ ଯୋଗୀ ସରକାରରେ ପାଞ୍ଚ ଗୋଟି ବିଭାଗର ବରିଷ୍ଠ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ନୀଳଗିରି ଗଡଜାତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ନୀଳଗିରିର ରାଜା ଜୟନ୍ତ ଚଂଦ୍ର ମର୍ଦ୍ଦରାଜ, ଛୋଟରାୟ ଜଗଦୀଶ ମର୍ଦ୍ଦରାଜ, ଦେବେନ୍ଦ୍ର ପ୍ରତାପଙ୍କ ଶାଶୁ ଜ୍ୟୋତ୍ସ୍ନା ହରିଚନ୍ଦନ, ଗୌତମ ମର୍ଦ୍ଦରାଜ, ସାହେବ ମର୍ଦ୍ଦରାଜ, ସନ୍ଦୀପ ମର୍ଦ୍ଦରାଜ, ପ୍ରକାଶ ମର୍ଦ୍ଦରାଜ, ବିକାଶ ମର୍ଦ୍ଦରାଜଙ୍କ ସମେତ ସମସ୍ତ ରାଜ ପରିବାରର ସଦସ୍ୟ ଦେବେନ୍ଦ୍ର ପ୍ରତାପଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉ କି ଦେବେନ୍ଦ୍ର ପ୍ରତାପଙ୍କ ପିତା ସ୍ୱର୍ଗତ କୁମାର ସୁରେନ୍ଦ୍ର ସିଂହ ମଧ୍ୟ ବିଧାୟକ ଓ ରାଜ୍ୟସଭା ସାଂସଦ ଥିଲେ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.