ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଙ୍ଗଟା କାରଖାନାରୁ ଲୋଡିଙ୍ଗ ଦାବିରେ ଧାରଣାରେ ବସିଲେ ଟ୍ରକ୍ ମାଲିକ

ନିମବାହାଳି, ୨୩।୧୧ : ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଷ୍ଟିଲପ୍ଲାଣ୍ଟ କାରଖାନାରୁ ଲୋଡିଙ୍ଗ ଦାବିରେ ଧାରଣାରେ ବସିଲେ ଟ୍ରକ୍ ମାଲିକ। ମୋଟଙ୍ଗା ଥାନା ଅଧୀନ ରୁଙ୍ଗଟା ରାସ୍ତାରେ ବ୍ରାହ୍ମଣୀ ଟ୍ରକ ଓନର ୱେଲଫେୟାର ଆସୋସିଏସନ ପକ୍ଷରୁ ପୁଣି ଥରେ ଧାରଣା ଦିଆଯାଇଛି ଫଳରେ କାରଖାନାକୁ ଯାତାୟାତ କରୁଥିବା ଟ୍ରକ୍ ଗୁଡ଼ିକ ରାସ୍ତାରେ ଅଟକି ରହିଛି। 

ସୂଚନାଯୋଗ୍ୟ, ଆଜକୁ ବହୁ ଦିନ ହେଲା ରୁଙ୍ଗଟା କମ୍ପାନୀ ଟ୍ରକ୍ ଲୋଡିଙ୍ଗ ଦେବାକୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ପ୍ରତିଶ୍ରୁତି ଦେଇ ଆସୁଥିବା ବେଳେ ବାହାର ଅଞ୍ଚଳରେ ଟ୍ରକକୁ ଲୋଡ଼ିଙ୍ଗ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳର ଟ୍ରକକୁ ଲୋଡିଙ୍ଗ ଦେବା ବଦଳରେ ବାରମ୍ବାର କାରଖାନା କର୍ତ୍ତୃପକ୍ଷ ପ୍ରତାରଣା କରି ଆସୁଛନ୍ତି । ଫଳରେ ଉତ୍ୟକ୍ତ ଟ୍ରକ ମାଲିକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସେମାନେ ଧାରଣାରେ ବସି ରହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.