ଶଗଡ଼ଘାଟ, ୧୮/୧୧ : ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ ଦାବିରେ ଟିଟିଲାଗଡ଼ର ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି l ଶନିବାର ସକାଳ ୬ ଟାରେ ପେଟ୍ରୋଲ ପମ୍ପ ଛକରେ ସମସ୍ତେ ଏକତ୍ରିତ ହୋଇ ବାଇକରେ ପିକେଟିଂ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜି ସ୍ୱତନ୍ତ୍ର ରାଜ୍ୟ ପାଇଁ ନାରାବାଜି କରିଥିଲେ l ଏହାସହ ଆନ୍ଦୋଳନକାରୀମାନେ ସମସ୍ତ ଦୋକାନ ବଜାର, ସରକାରୀ ବ୍ୟାଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ, ସ୍କୁଲ, କଲେଜ, ମଟର ସାଇକେଲ, ଯାନବାହନ ବନ୍ଦ କରିଥିଲେ l
ଏହି ବନ୍ଦ ପାଳନରେ କୁଶଳ ମୁକ୍ତି ମୁର୍ଚ୍ଚା ସଭାପତି ଦେବେନ ଜୈନ, ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ, ଜିଲ୍ଲା ଆଦିବାସୀ କନ୍ୟାଣ ସଙ୍ଘ ସଭାପତି ନିତ୍ୟା ମାଝୀ, କଂଗ୍ରେସ ଟାଉନ ସଭାପତି ଘିନୁ ଆଡ଼ଯୁଆଡ, ବିଜେପି ଟାଉନ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଯାଦବ ସଂଘ ସଭାପତି କୁନା ଭାଟି, ଅନ୍ୟମାନଙ୍କ ମଧ୍ୟରେ ନରସିଂହ ସିଂ, କେଦାର କବାଟ, ମୁକେଶ ଜୈନ, ନବୀନ ଜୈନ, ଯୁଗଳ ଜାଲ, ଜ୍ଞାନ ସରାପ, ସୁବାଷ ନାଗ, ଦେବ ସିଂ ମାଝୀ, ମେଘବର୍ଣ କୁମ୍ଭାର, ଟୁକୁ ଠାକୁର, ପ୍ରଦୀପ ଜାଲ, ଅଶୋକ ଭୋଇ, ଇସମାଇଲ ରାଜା, ଇନ୍ଦ୍ର ମାଝୀ, ଅଶୋକ ମିଶ୍ର, ମହମଦ ସରପ୍ରରାଜ, ଅରୁଣ ହରପାଳ, ମହନ ତାଣ୍ଡି, ରଶ୍ମି ଖମାରି, ରାଜ ନାୟକ, କୃଷ୍ଣ ମହାନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ।