ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁରୁବାରଠୁ ନବରଙ୍ଗପୁରରେ ଗଡ଼ିବ ଲକ୍ଷ୍ମୀବସ୍, ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର,୩୦/୧୧: ଗୁରୁବାର  ନବରଙ୍ଗପୁର ଜିଲ୍ଲାରେ ଗଡ଼ିବ ୪୫ ଲକ୍ଷ୍ମୀ  ବସ୍‌ । ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ  ହୋଇସାରିଛି । ସ୍ଥାନୀୟ ସର୍କିଟହାଉସ୍‌ରେ ଉଦ୍‌ଘାଟନ ଉତ୍ସବ ପାଇଁ ଅସ୍ଥାୟୀ ଷ୍ଟେଜ୍‌  କରାଯାଇଛି । କାର୍ଯ୍ୟକ୍ରମକୁ ସାଢ଼େ ୧୦ଟାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ  ମାଧ୍ୟମରେ ଉଦ୍‌ଘାଟନ କରିବେ । 

ଏଥିପାଇଁ  ଭୁବନେଶ୍ୱରରୁ ପରିବହନ ମନ୍ତ୍ରୀ ଟୁକୁନି  ସାହୁ, ସଚିବ ଉଷା ପାଢ଼ୀ, ଓଏସ୍‌ଆର୍‌ଟିସିର  ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକ ପ୍ରମୁଖ  ହେଲିକପ୍ଟରରେ ସକାଳ ୧୦ଟା ସୁଦ୍ଧା  ଜିଲ୍ଲା ସଦର ମହକୁମାରେ ଅବତରଣ  କରିବାର କାର୍ଯ୍ୟକ୍ରମ ଥିବା ଜିଲ୍ଲାପାଳ  ଡ. କମଳଲୋଚନ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.