ହାଇଦ୍ରାବାଦ,୦୮/୦୯: ଗତ ମାସ ଟମାଟୋ ଦର ଆକାଶଛୁଆଁ ଥିଲା । ସାରା ଦେଶରେ କିଲୋ ପିଛା ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା । ଲୋକଙ୍କ ହାଣ୍ଡିଶାଳରୁ ଟମାଟୋ ଉଭାନ୍ ହୋଇଯାଇଥିଲା । ଏବେ କିନ୍ତୁ ଆନ୍ଧ୍ରପ୍ରଦେଶରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଟମାଟୋ କିଲୋ ପିଛା ୪ ଟଙ୍କାରେ ବିକ୍ରି ହେଉଛି ।
ଏଥିରେ ବ୍ୟତିବ୍ୟସ୍ତ ହୋଇ ରାଜ୍ୟର କୁରନୂଲରେ ଚାଷୀମାନେ ଅମଳ କରିଥିବା ଟମାଟୋକୁ ରାଜରାସ୍ତାରେ ଗଦା କରିଛନ୍ତି । ଟମାଟୋ ଚାଷରେ କରିଥିବା ପରିଶ୍ରମ ଓ ପରିବହନକୁ ଦୃଷ୍ଟିରେ ରଖି ସେମାନଙ୍କର ବଡ଼ ଧରଣର କ୍ଷତି ହୋଇଥିବା ଚାଷୀମାନେ କହିଛନ୍ତି ।
କୁରନୂଲ ଜିଲ୍ଲାର ନିରାଶ ଚାଷୀ କହିଛନ୍ତି, ଟମାଟୋର ବର୍ତ୍ତମାନ ମୂଲ୍ୟ ପାଇଁ ସେମାନେ ମୂଳ ଧନ ମଧ୍ୟ ଭରଣା କରି ପାରିନାହାନ୍ତି । ହାଟକୁ ଆଣିଥିବା ଟମାଟୋ ବିକ୍ରି କରି ନ ପାରି ସ୍ଥାନୀୟ ହାଟ ନିକଟସ୍ଥ ରାସ୍ତାରେ ସେଗୁଡ଼ିକୁ ଗଦା କରିଦେଇଛନ୍ତି ।