ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା; ୧୨ ଜଣ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌, ଏକାଧିକ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଜାମତାରା ଜିଲ୍ଲାରେ ବୁଧବାର ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି । କଲଝରିଆ ନିକଟରେ ୧୨ ଜଣ ଯାତ୍ରୀଙ୍କ ଉପରେ ଟ୍ରେନ୍‌ ମାଡ଼ିଯାଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ମିଳିଥିବା ପ୍ରାଥମିତ ସୂଚନା ଅନୁସାରେ ମୃତାହତ ଅଙ୍ଗ ଏକ୍ସପ୍ରେସ୍‌ରେ ଥିଲେ ।  ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଆଶଙ୍କା କରି ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଅଟକାଇଥିଲେ  । ସେପଟେ ଏହି ଖବର ପ୍ରଚାର ହୋଇଯିବା ପରେ ଭୟରେ ଅନେକ ଯାତ୍ରୀ ଟ୍ରେନ୍‌ରୁ ଟ୍ରାକକୁ ଡେଇଁ ପଡ଼ିଥିଲେ । ଅନ୍ୟ ଟ୍ରାକରେ ଆସୁଥିବା ଝାଝା-ଆସାନସୋଲ ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା ।

ଟ୍ରେନ୍‌ ଦୁର୍ଘଟଣା ନେଇ ଖବର ମିଳିବା ପରେ, ପୋଲିସ ସମେତ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆସାନସୋଲ୍‌-ଝାଝା ପାସେଞ୍ଜର ଟ୍ରେନ୍‌ ଟ୍ରାକ୍‌ରେ ରୋକିଥିଲା । ଏହି ସମୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ଟ୍ରାକ୍‌ ଉପରେ ଛିଡ଼ା ହୋଇଥିଲେ । ଠିକ ଏହି ସମୟରେ ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା  । 

ଏଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ଖୁବଶୀଘ୍ର ଏନେଇ ଖବର ସାମ୍ନାକୁ ଆସିବ । ଅନ୍ୟପକ୍ଷରେ ଏହି ରେଳ ଦୁର୍ଘଟଣା ସଂପର୍କରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି । ଏହାକୁ ନେଇ ସ୍ପଷ୍ଟ ସୂଚନା ଖୁବଶୀଘ୍ର ମିଳିବ ବାେଲି ବିଶ୍ବାସ କରାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.