ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରେନ୍‌ରେ ଖାଦ୍ୟ ଦାମ ଆକଶଛୁଆଁ ! ଯାତ୍ରୀଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇଆରସିଟିସି

Image Courtesy: hindustantimes

ନୂଆଦିଲ୍ଲୀ: ବିଲ୍‌ ଉପରେ ଅଧିକ ଟଙ୍କା ଦେଇଥିବା ନେଇ ଜଣେ ରେଳ ଯାତ୍ରୀଙ୍କ ଅଭିଯୋଗ ପରେ ଭାରତୀୟ ରେଳ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଶନିବାର ଏକ ଟ୍ରେନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଉପରେ ଜରିମାନା ଲଗାଇଛି । ଅଭିଯୋଗକାରୀଙ୍କ ଅନୁସାରେ, ଟ୍ରେନ୍‌ରେ ସେ ଭେଜ୍‌ ଥାଳି ଅର୍ଡର କରିଥିଲେ । ହେଲେ ଖାଦ୍ୟ ପରଷୁଥିବା ସଂସ୍ଥାର ଜଣେ କର୍ମଚାରୀ କହିଥିଲେ ଯେ, ଏଥିପାଇଁ ୧୫୦ ଟଙ୍କା ଦେବାକୁ ପଡ଼ିବ ।

ଏହା ସହ ସେ ଆହୁରି ଲେଖିଛନ୍ତି ‘ଆମେ ତାଙ୍କୁ ସ୍ପଷ୍ଟ ଭାବରେ କହିଲୁ ଯେ ଆମକୁ ବିଲ୍ ଦରକାର । ଯେତେବେଳେ ସେ ବିଲ୍ ଆଣିଥିଲେ ସେତେବେଳେ ସେ ଏହି ପରିମାଣକୁ ଦୁଇ ଭାଗ କରିଥିଲେ । ଭେଜ୍ ଥାଳି- ୮୦ ଟଙ୍କା + ପନିର ତରକାରୀ ୭୦ ଟଙ୍କା = ୧୫୦ ଟଙ୍କା ।’ ଏନେଇ ଯାତ୍ରୀଜଣଙ୍କ IRCTCକୁ ଟ୍ୟାଗ କରି ଅଭିଯୋଗ କରିଥିଲେ । ସେପଟେ କେବଳ ଭେଜ୍‌ ଥାଳି (ନିରାମିଷ ମିଲ୍‌) ଲାଗି ବିଲ କରିବାକୁ ଯାତ୍ରୀ ଜଣଙ୍କ ଦାବି କରିବାରୁ ସଂପୃକ୍ତ କର୍ମଚାରୀ  ଏକ ଘଣ୍ଟା ଧରି ଯୁକ୍ତିତର୍କ କରିଥିବା ନେଇ ସେ ଅଭିଯୋଗ କରିଥିଲେ ।

ଯାତ୍ରଜଣଙ୍କ ଆହୁରି ଲେଖିଥିଲେ ଯେ, ‘ଏକ ଘଣ୍ଟା ପରେ ଜଣେ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଭୁଲ ବିଲ୍ ଦିଆଯାଇଛି ବୋଲି ସ୍ୱୀକାର କରିଥିଲେ । ଭେଜ୍ ଥାଳି ପାଇଁ ୮୦ ଟଙ୍କା ସ୍ଥିର କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆପଣ ୮୦ ଟଙ୍କା ହିଁ ଦିଅନ୍ତୁ ।’ ଏହା ସହ କର୍ମଚାରୀମାନେ ଖାଦ୍ୟ ଦେବା ପରେ ବିଲରେ ଅନ୍ୟାନ୍ୟ ଖର୍ଚ୍ଚ ଯୋଡି ଜନସାଧାରଣଙ୍କୁ ଲୁଟ କରୁଛନ୍ତି। ଦୟାକରି ଏହାକୁ ଦେଖନ୍ତୁ କାରଣ ଏହି ପ୍ରକାର ଆଚରଣ ଭାରତୀୟ ରେଳବାଇର ଭାବାମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ବୋଲି ଯାତ୍ରୀଜଣଙ୍କ ଲେଖିଥିଲେ ।

ତେବେ ଯାତ୍ରୀଙ୍କ ଅଭିଯୋଗ ପାଇବା ପରେ ସଂପୃକ୍ତ ଖାଦ୍ୟ ପ୍ରଦାନକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଆଇଆରସିଟିସି । ଏପରିକି ଯେଉଁ କର୍ମଚାରୀ ଅଧିକ ଟଙ୍କା ନେବାକୁ ଦାବି କରିଥିଲେ ତାଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.