ସାନଖେମୁଣ୍ଡି ୧୨/୦୯ : ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ଥା ଛକ ନିକଟରେ ଥିବା ଏକ ଗଛ ଭାଙ୍ଗି ଯିବାରୁ ଗଞ୍ଜାମ - ଗଜପତି ମୁଖ୍ୟ ରାସ୍ତା ଅବରୋଧ ହୋଇଛି।
ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ମଧ୍ୟାହ୍ନ ରୁ ଲଗାଣ ବର୍ଷା ଲାଗି ରହିଥିବା ହେତୁ ଡେଙ୍ଗାଓସ୍ଥା ଛକ ନିକଟରେ ଥିବା ଏକ ଗଛ ଟି ଉପୁଡ଼ିଯାଇଥିଲା l ଫଳରେ ଗଞ୍ଜାମ - ଗଜପତି ରାସ୍ତା ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଥିଲା । ଏହା ସହ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ଯାଇଥିଲା l ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କୁ କାଟିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା l ଗଛ ପଡ଼ି ଦୁଇଟି ବିଦ୍ୟୁତ୍ ପୋଲ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଛି।