ସମ୍ବଲପୁର, ୫।୧୧ : ସମ୍ବଲପୁର ବରଗଡ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି ଟ୍ରକ | ଟ୍ରେଲରକୁ ଧକ୍କା ଦେବା ପରେ ଚାପି ହୋଇ ରହିଛନ୍ତି ମିନିଟ୍ରକ ଡ୍ରାଇଭର । ଫଳରେ ସମ୍ବଲପୁର ଓ ବୁର୍ଲା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଜେସିବି ଓ କଟର ସାହାଯ୍ଯରେ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି ।
ସୂଚନା ଅନୁସାରେ ସମ୍ବଲପୁର ପଟରୁ ଏକ ଟ୍ରେଲର (ନଂ.ଓଡି୦୨ବିଏ-୩୭୨୧) ବରଗଡ ଅଭିମୁଖେ ଯାଉଥିଲା। ଏକ ମିନି ଟ୍ରକ( ନଂ ଓଡି୧୫ଟି-୯୨୧୫) ଗୋଲଗୁଣ୍ଡା ଓଭର ବ୍ରିଜ ନିକଟରେ ଧକ୍କା ଦେଇଥିଲା | ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଟ୍ରକର ଡ୍ରାଇଭର ଚାପି ହୋଇ ରହିଛନ୍ତି।
ଆହୁରି ପଢନ୍ତୁ :ଲକ୍ଷ୍ମୀପୂଜା ବୁଲିବାକୁ ଆସୁଥିବା ବେଳେ ଅଘଟଣ : ଗଛରେ ଅଟୋ ପଟି ହୋଇ ଜଣେ ମୃତ, ୨ ଗୁରୁତର