ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକ୍ ଚାଳକଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ୍, ଡ୍ରାଇଭର୍ ମୃତ

ସୁନ୍ଦରଗଡ଼, ୨୭/୦୨ : ବାଇକ୍‌କୁ ଧକ୍କା ଦେଲା ଫ୍ଲାଏ ଆସ୍ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। 

ସୂଚନାନୁଯାୟୀ, ଏନଟିପିସି ତରଫରୁ ଆସୁଥିବା ଏକ ପାଉଁଶ ବୋଝେଇ ଟ୍ରକ୍ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ରାସ୍ତା ଉପରେ ପଡିଯାଇଥିଲେ। ସେହି ସମୟରେ ଟ୍ରକ୍‌ର ଆଗ ଚକଟି ଯୁବକଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଉଛନ୍ତି ଢେଲସରା ଗ୍ରାମର ଅର୍ମାନ ରାୟ (୧୫ ବର୍ଷ)। ସେ ମାଟ୍ରିକ ପରୀକ୍ଷା ଦେଉଥିଲେ।

ଏହି ରାସ୍ତାରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଚାଲିଛି। ଯାହା ଦ୍ୱାରା ସ୍ଥାନୀୟ ଲୋକେ ଘଟଣା ସ୍ଥଳରରେ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ପ୍ରଦାନ ଏବଂ ଏହି ରାସ୍ତା ଦେଇ ପାଉଁଶ ବୋଝେଇ ଟ୍ରକ୍ ଚଳାଚଳ ବାନ୍ଦ କରିବା ଦାବି ନେଇ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.