ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ଦୁଇ ଗିରଫ

ବ୍ରହ୍ମପୁର, ୩/୧୧ : ଅବକାରୀ ଗୋଇନ୍ଦା ଉପ ଅଧିକ୍ଷକ (ଡ଼ିଏସପି)କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ଫାଷ୍ଟଗେଟ ନିକଟରୁ ମୁମ୍ବାଇ ଚାଲାଣ ପୂର୍ବରୁ ଦୁଇ ଜଣ ଯୁବକଙ୍କୁ କାବୁ କରିଛି । ବୋଲେରୋ ଗାଡ଼ି ଭିତରେ ଥିବା ୪୫କେଜି ଗଞ୍ଜେଇ ଜବତ ହୋଇଛି। ସେମାନେ ବେଆଇନ ଭାବେ ଗଜପତିରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ମୁମ୍ବାଇ ଚାଲାଣ କରିଥାନ୍ତେ ବୋଲି ଟିମ୍ ଜାଣିବାକୁ ପାଇଛି । ଅଭିଯୁକ୍ତମାନେ ହେଲେ ମୁମ୍ବାଇର ଅବୁ ଅଶ୍ଵଦ ଶେଖ(୩୬) ଓ ଜାଫର ଜାବର ଶେଖ(୨୬)। ସେମାନେ ଅଧିକ ଅର୍ଥ ଲାଳସାରେ ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଜଣାପଡିଛି । କେଶ ନଂ ୫୬୫/୨୩-୨୪ରେ  ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ପ୍ରକାଶ ଯେ, ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା । ଅବକାରୀ ଡିଏସପିଙ୍କ ନେତୃତ୍ୱରେ ଟିମ୍ ଫାଷ୍ଟଗେଟରେ ଯାନବାହନ ଯାଞ୍ଚ କରିଥିଲେ । ଏକ ବୋଲେରୋ ନମ୍ବର (ଏମଏଚ ୦୨ - ବିଜି - ୧୪୩୭)ଙ୍କୁ ଅଟକାଇ ଟିମ ଯାଞ୍ଚ କରିଥିଲା। ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଜବତ ଗଞ୍ଜେଇ ଓ ଗାଡ଼ିର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । 

 

Copyright © 2022 - Summa Real Media Private Limited. All Rights Reserved.