ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌ର ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟକ

ନୂଆଦିଲ୍ଲୀ – ପ୍ରସିଦ୍ଧ ବ୍ୟାଙ୍କର ଉଦୟ କୋଟକ ପ୍ରାଇଭେଟ୍‌ ସେକ୍ଟରର କୋଟକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ପଦରୁ ତତ୍କାଳ ଇସ୍ତଫା ଦେଇଛନ୍ତି। ବ୍ୟାଙ୍କ୍‌ କହିଛି କି ଉଦୟ କୋଟକ ୩୧ ଡିସେମ୍ୱର , ୨୦୨୩ରେ ଅବସର ନେବାର ଥିଲା। ଏହାଠାରୁ ପାଖାପାଖି ୪ ମାସ ପୂର୍ବରୁ ଇସ୍ତଫା ଦେଇଛନ୍ତି। ବ୍ୟାଙ୍କ୍‌ କହିଛି ଜଏଣ୍ଟ ଏମଡି ଦୀପକ ଗୁପ୍ତା ୩୧ ଡିସେମ୍ୱର ଯାଏ ଉଦୟ କୋଟକଙ୍କର ଦାୟିତ୍ୱ ସମ୍ଭାଳିବେ। ୧ ଜାନୁୟାରୀ , ୨୦୨୪ରୁ ନୂଆ ଏମଡି  ଓ ସିଇଓଙ୍କୁ ମଞ୍ଜୁରୀ ପାଇଁ ବ୍ୟାଙ୍କ୍‌ ଆରବିଆଇ ପାଖରେ ଆବେଦନ କରିଛନ୍ତି।

ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ, ଅନୁମତି ଦେଲା CCI

 

କଣ କହିଲେ ଉଦୟ କୋଟକ – ଦେଶର ସବୁଠୁ ଧନୀ ବ୍ୟାଙ୍କର ଉଦୟ କୋଟକ ବ୍ୟାଙ୍କର ବୋର୍ଡକୁ ଏକ ଚିଠିରେ ଲେଖିଛନ୍ତି – ମୋ ପାଖରେ ଏବେ ବି ଆଉ କିଛି ମାସ ବାକି ଅଛି , କିନ୍ତୁ ମୁଁ ତତ୍କାଳ ପ୍ରଭାବରେ ନିଜର ଇସ୍ତଫା ଦେଉଛି। ମୁଁ ନିଜର ନିର୍ଣ୍ଣୟ ଉପରେ ବିଚାର କରିଛି ଏବଂ ମୋର ବିଶ୍ୱାସ କି ଏହା କୋଟକ ମହିନ୍ଦ୍ରା ବ୍ୟାଙ୍କ ପାଇଁ ସଠିକ୍‌ ହୋଇଛି।  

 

କର୍ପୋରେଟ୍‌ ଓ ନିବେଶ ବ୍ୟାଙ୍କିଂର ନିର୍ଦ୍ଦେଶକ ଓ ମୁଖ୍ୟ କେଭିଏସ ମନିୟନ ବା ଶାନ୍ତି ଏକମ୍ୱରମ ଆଗାମୀ ସିଇଓ ହେବାର ଦୌଡ଼ିରେ ଅଛନ୍ତି । କହି ରଖୁଛୁ କି ଶାନ୍ତି ଏକମ୍ୱରମ୍‌ ବର୍ତ୍ତମାନ କୋଟକ ୮୧୧, ଏଚଆର ଓ ଟ୍ରେଜରୀ ଡିପାର୍ଟମେଣ୍ଟରେ ଅଛନ୍ତି । 

 

 ଏମିତି ଗୁଜବ ପ୍ରଚାରିତ ହେଉଥିଲା -  ଏହା ପୂର୍ବରୁ ମିଡ଼ିଆ ରିପୋର୍ଟରେ କୁହାଯାଇ ଥିଲା କି, ଆରବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌କୁ ଉଦୟ କୋଟକଙ୍କ ପରିବର୍ତ୍ତେ କୌଣସି ବାହାର ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ଭାବେ ନିଯୁକ୍ତ ଦେବାକୁ ପରାମର୍ଶ ଦେଇଛି । ହେଲେ , ପରେ ବ୍ୟାଙ୍କ୍‌ ଏହି ଖବରକୁ ଖାରଦ କରିଦେଇ ଥିଲା । 

 

ଆରବିଆଇ ନିୟମର ପ୍ରଭାବ –

ସିଇଓଙ୍କ କାର୍ଯ୍ୟକାଳକୁ ସୀମିତ କରିବାକୁ ଆରବିଆଇର ନୂଆ ନିୟମ ଅନୁସାରେ ଉଦୟ କୋଟକଙ୍କ ପାଇଁ ପଦରେ ରହିବା ସମ୍ଭବ ନଥିଲା। କହି ରଖୁଛୁ କି, ଉଦୟ କୋଟକ , କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ୧୯୮୫ରେ ନନ୍‌ ବ୍ୟାଙ୍କିଂ ଫାଇନେନ୍ସ କମ୍ପାନୀ ଭାବେ ଆରମ୍ଭ କରିଥିଲେ। ସେ ୨୦୦୩ରେ ଏକ ପୂର୍ଣ୍ଣ କମର୍ସିଆଲ ବ୍ୟାଙ୍କ୍‌ର ଲାଇସେନ୍ସ ମିଳିଲା ପର ଠାରୁ ହିଁ ବ୍ୟାଙ୍କର ନେତୃତ୍ୱ ନେଉଥିଲେ । ଉଦୟ କୋଟକଙ୍କ ପାଖରେ ବ୍ୟାଙ୍କ୍‌ରେ ୨୬ ପ୍ରତିଶତ ସେୟାର ରହିଛି।         

ICICI ଏବଂ PNB ବଢାଇଲେ ହୋମ୍ ଲୋନ୍ ସୁଧ ହାର, ଆଜିଠୁ ଏତେ ପ୍ରତିଶତରେ ମିଳିବ ଲୋନ୍                                      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.