କୋଣାର୍କ,୧୭।୯(ଆପ୍ର) କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ମୁଜାପା ମହେନ୍ଦ୍ରଭାଇ କୋଣାର୍କ ସୂର୍ଯ୍ୟମନ୍ଦିର ରବିବାର ପରିଦର୍ଶନ କରିଛନ୍ତି। ଏଠାରେ ପହଞ୍ଚିବା ପରେ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ବୁଲି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ।
ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବହୁତ୍ ଆନନ୍ଦିତ ହେଲି ବୋଲି ସେ କହିଥିଲେ। ମନ୍ଦିରରେ କିଛି ସମୟ ଅତିବାହିତ କରିସାରିବା ପରେ ନବଗ୍ରହ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ନବଗ୍ରହ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି କୋଣାର୍କ ମଣ୍ଡଳ କର୍ମକର୍ତ୍ତା,ସୁରେନ ପାଲ,ରଞ୍ଜିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।