ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ମ୍ୟାନେଜମେଣ୍ଟ ବିଦ୍ୟାର୍ଥୀଙ୍କ ବିଭିନ୍ନ ଯୋଜନା ଅନୁଧ୍ୟାନ

Published By : Prameya | December 9, 2023 7:44 PM

ପୁରୀ,୯/୧୨ : ଭାରତର ଧାର୍ମିକ ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। ପୁରୀ କେବଳ ଧାର୍ମିକ କ୍ଷେତ୍ର ଭାବେ ନୁହେଁ ପର୍ଯ୍ୟଟନ କ୍ଷେତ୍ର ଭାବେ ମଧ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଆକୃଷ୍ଟ କରିଥାଏ । ତେଣୁ ବିପୁଳ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସୁରକ୍ଷିତ ଯାତ୍ରା ପରିଚାଳନା ଏକ ସଫଳ ମ୍ୟାନେଜମେଣ୍ଟ ବ୍ୟବସ୍ଥା ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ ସାହୁ ମତ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସଠାରେ ଦେଶର ବିଭିନ୍ନ ମ୍ୟାନେଜମେଣ୍ଟ ଅନୁଷ୍ଠାନରୁ ଆସିଥିବା ବିଦ୍ୟାର୍ଥୀମାନଙ୍କ ସହ ଶ୍ରୀ ସାହୁ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନର ବିବିଧ କାର୍ଯ୍ୟ ସମ୍ପର୍କରେ ଶ୍ରୀ ସାହୁ ସେମାନଙ୍କୁ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । 

ପୂର୍ବାହ୍ନରେ ଏହି ଟିମ୍ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଉତ୍କର୍ଷ ବିଜୟଙ୍କ ତତ୍ତ୍ୱାବଧାନରେ ଆଇଆଇଏମ ବାଙ୍ଗାଲୋର, ଆଇଆଇଏମ କୋଲକାତା, ଏଫଏମଏସ ଦିଲ୍ଲୀ, ଆଇଆଇଏମ ଲକ୍ଷ୍ନୋ, ବିଟସମ ମୁମ୍ବାଇ ଓ ଏକ୍ସଆଇଏମ ଭୁବନେଶ୍ୱରରୁ ଆସିଥିବା ଏହି ୧୮ଜଣିଆ ବିଦ୍ୟାର୍ଥୀମାନେ ପ୍ରଥମେ ସରକାରୀ ବାଳିକା ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଭିତ୍ତିଭୂମୀ, ପରିବେଶ ଦେଖିବା ସହ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ତାଳବଣିଆସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର, ନୀଳାଦ୍ରି ବିଚ୍ ସ୍ଥିତ ମିଶନ ଶକ୍ତି କାଫେ ଦେଖିବା ସହ ଉଦ୍ଦେଶ୍ୟ, ଲକ୍ଷ୍ୟ ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । 

ପରେ ଉତ୍କଳ ବାଳାଶ୍ରମ ଓ ଜଗନ୍ନାଥ ଷ୍ଟାଡିୟମ ବୁଲି   ଅନ୍ତେବାସୀଙ୍କ ସହ କଥା ହୋଇଥିଲେ । ବାଟମଙ୍ଗଳା ଛକସ୍ଥିତ ମୋ ସେବା କେନ୍ଦ୍ର ଓ କୁକୁଡ଼ା ଫାର୍ମ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ବିଦ୍ୟାର୍ଥୀମାନଙ୍କ କ୍ୟାରିୟର ପାଇଁ ଅନେକ ଉପଯୋଗୀ ସାବ୍ୟସ୍ତ ହେବା ସହ ଅଭିଜ୍ଞତା ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ସମଗ୍ର ଅନୁଷ୍ଠାନର କର୍ମକର୍ତ୍ତା ତଥା ଟିମ୍ ମ୍ୟାନେଜର ଉତ୍କର୍ଷ ଓ ସିଦ୍ଧାନ୍ତ ମତ ଦେଇଥିଲେ । ଏହି ପରିଦର୍ଶନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ସହଯୋଗ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.