ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଇକୋନମୀ କ୍ଲାସରେ ଯାତ୍ରା କରୁଥିବା ଦେଖା ହେଲେ ବିରାଟ, ଭାଇରାଲ ହେଉଛି ବିମାନର ଭିଡ଼ିଓ

ନୂଆଦିଲ୍ଲୀ,୭/୧୧ :  ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳୀ ବିରାଟ କୋହଲୀ ନିକଟରେ ୪୯ତମ ଦିନିକିଆ ଶତକ ମାରି ଇତିହାସ ରଚିଛନ୍ତି । କୋହଲୀ ଦିନିକିଆ ଫର୍ମାଟରେ ସବୁଠାରୁ ଅଧିକ ଶତକ ମାରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । କୋହଲୀଙ୍କ ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁରେ ସେ ଏକ ଘରୋଇ ବିମାନରେ ଯାତ୍ରା କରୁଥିବା ଦେଖାଯାଉଛନ୍ତି । କୋହଲୀଙ୍କ ଏହିପରି କାର୍ଯ୍ୟ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସୁଛି । ତାଙ୍କର ଭିଡ଼ିଓ କେତେକ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରାଯାଇଛି । 

ପ୍ରକାଶ ଯେ, କୋହଲୀଙ୍କ ଏକ ଭିଡ଼ିଓ ଏକ୍ସ(ଟ୍ବିଟ)ରେ ସେୟାର କରାଯାଇଛି । ଏଥିରେ ସେ ଏକ ବିମାନରେ ବସୁଥିବା ଦେଖାଯାଉଛି । ସୋସିଆଲ ମିଡ଼ିଆରେ ଏହା କୁହାଯାଉଛି କି ସେ ଇକୋନମୀ କ୍ଲାସରେ ଯାତ୍ରା କରୁଛନ୍ତି । ଓ୍ବାନ ଇଣ୍ଡିଆ ନ୍ୟୁଜ ଓ୍ବେବସାଇଟରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ କୋହଲୀ ଭାରତର ଆଗାମୀ ମ୍ୟାଚ ଲାଗି ବେଙ୍ଗାଲୁରରେ ପହଞ୍ଚିଛନ୍ତି । ସେ ବେଙ୍ଗାଲୁର ଯିବା ଲାଗି ଘରୋଇ ବିମାନର ବ୍ୟବହାର କରିଛନ୍ତି । 

ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ୧୨ନଭେମ୍ବର‌ରେ ବେଙ୍ଗାଲୁରରେ ମ୍ୟାଚ୍ ଖେଳାଯିବ । ସେମିଫାଇନାଲ ପୂର୍ବରୁ ବିଶ୍ବକପ ୨୦୨୩ର ଏହା ଶେଷ ମ୍ୟାଚ୍। ଏହାପରେ ୧୫ ଏବଂ ୧୬ନଭେମ୍ବରରେ ପ୍ରଥମ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ସେହିଭଳି ୧୯ନଭେମ୍ବରରେ ଫାଇନାଲ ମ୍ୟାଚର ଆୟୋଜନ ହେବ । 

ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରି ଇତିହାସ ରଚିଛନ୍ତି । କୋହଲୀ ୧୨୧ବଲରେ ୧୦୧ରନ୍ କରିଛନ୍ତି । ଏହା ତାଙ୍କର ଓ୍ବାନଡେ କ୍ୟାରିୟରର ୪୯ତମ ଶତକ ରହିଛି । ଦିନିକିଆରେ ସବୁଠାରୁ ଅଧିକ ଶତକ ଲଗାଇବାର ରେକର୍ଡ଼ ସଚିନଙ୍କ ନାମରେ ରହିଛି । କୋହଲୀ ଏବେ ପର୍ଯ୍ୟନ୍ତ ୨୮୯ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହି ସମୟ ଭିତରେ ୪୯ଶତକ ଏବଂ ୭୦ ଅର୍ଦ୍ଧଶତକ ଲଗାଇଛନ୍ତି । ଏହି ସମୟରେ କୋହଲୀଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୮୩ରନ ରହିଛି ।   

 

Copyright © 2022 - Summa Real Media Private Limited. All Rights Reserved.