ଭୁବନେଶ୍ଵର, ୦୨/୦୯ : ରାଜ୍ୟର ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ନେବେ ଧନ୍ଦାମୂଳକ ତାଲିମ। ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଡ୍ରପ୍ ଆଉଟ ହେଉଥିବା ଛାତ୍ରଛାତ୍ରୀ ଏହି ତାଲିମ ନେବେ । ଏଥିପାଇଁ CTTC ଭୁବନେଶ୍ଵର ସହ ସହଭାଗିତା କରିବ ଗଣଶିକ୍ଷା ବିଭାଗ । ଏଥିଲାଗି ଆଜି CTTC କ୍ୟାମ୍ପସ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟର । ଖୁବଶୀଘ୍ର ଏନେଇ କାର୍ଯ୍ୟପନ୍ଥା ଆରମ୍ଭ ହେବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ।
ବାଇଟ- ରଘୁରାମ ଆର ଆୟର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ