ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭିସୁଟ୍‌ ଇତିହାସରେ ଦ୍ୱିତୀୟ ଘଟଣା: ସହକାରୀ ପ୍ରଫେସରଙ୍କୁ ଭିଆର୍‌ଏସ, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ

ବୁର୍ଲା,୨୯/୦୨: ବିଶୃଙ୍ଖଳିତ ଆଚରଣ ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ  ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ର ସହକାରୀ ପ୍ରଫେସର ଶିବପ୍ରସାଦ  ପାଣିଗ୍ରାହୀଙ୍କୁ ବୁଧବାର ଚାକିରିରୁ  ବାଧ୍ୟତାମୂଳକ ଅବସର ଦିଆଯାଇଛି ।  ଭିସୁଟ୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଥିଲେ ଶିବପ୍ରସାଦ  ପାଣିଗ୍ରାହୀ । ବିଶୃଙ୍ଖଳା ପାଇଁ ପୂର୍ବରୁ ସେ  ନିଲମ୍ବିତ ହୋଇଥିଲେ । ଜଣେ ସହକାରୀ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର  ଦିଆଯିବାରେ ଭିସୁଟ୍‌ ଇତିହାସରେ ଏହା  ହେଉଛି ଦ୍ୱିତୀୟ ଘଟଣା । ପୂର୍ବରୁ ଗତ  ଅକ୍ଟୋବରରେ ପ୍ରଫେସର ପାଣିଗ୍ରାହୀଙ୍କ  ପତ୍ନୀ ତଥା ଭିସୁଟ୍‌ର କମ୍ପ୍ୟୁଟର ଆପ୍ଲିକେସନ୍‌  ବିଭାଗର ସହକାରୀ ପ୍ରଫେସର ସସ୍ମିତା  ପାଢ଼ୀଙ୍କୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ  ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

ସୂଚନା ମୁତାବିକ, ପ୍ରଫେସର ପାଣିଗ୍ରାହୀଙ୍କୁ ପୂର୍ବରୁ ବିଶୃଙ୍ଖଳିତ ଆଚରଣ  ପାଇଁ ନିଲମ୍ବିତ କରାଯାଇଥିଲା । ତାଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ବିଭାଗୀୟ ତଦନ୍ତ  ହୋଇଥିଲା । ତଦନ୍ତରେ ସମସ୍ତ  ଦୋଷାରୋପ ସତ୍ୟ ପ୍ରମାଣିତ ହେବା ପରେ ଅଭିଯୋଗର ଦସ୍ତାବିଜ୍‌କୁ ବିଚାରକୁ ନେଇ  ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟ  ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର  ଦେବା ପାଇଁ ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି  ବିଶ୍ୱବିଦ୍ୟାଳୟର ନିୟମ ଓ ଓଡ଼ିଶା  ସରକାରଙ୍କ ଚାକିରି ସର୍ତ୍ତାବଳୀ ଅନୁସାରେ  ଗ୍ରହଣ କରାଯାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.