ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ

ବେଙ୍ଗାଲୁରୁ,୨୫/୦୨: ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ଡବ୍ଲ୍ୟୁପିଏଲ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟ୍‌ ବିନିମୟରେ୧୫୭ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୭ୱିକେଟ୍‌ ହରାଇ  ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।  

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ୧୫୮ରନ୍‌ ଲକ୍ଷ୍ୟ  ହାସଲ କରିବା କଷ୍ଟକର ନୁହେଁ । ୟୁପି ୱାରିୟର୍ସ  ନିକଟରେ ଯଥେଷ୍ଟ ଶକ୍ତିଶାଳୀ ବ୍ୟାଟିଂ ବିଭାଗ ରହିଥିଲା । ମାତ୍ର ଲେଗ୍‌ ସ୍ପିନର ଆଶା ଶୋଭନାଙ୍କ  ଯାଦୁକରୀ ସ୍ପିନ୍‌ ବୋଲିଂର ମୁକାବିଲା କରିପାରି  ନଥିଲା ୱାରିୟର୍ସ । ୧୭ତମ ଓଭରରେ ଆଶା ୩ଟି ୱିକେଟ୍‌ ନେଇ ବିଜୟ ଛଡ଼ାଇ ଆଣିଥିଲେ ।  

ୱାରିୟର୍ସ ଓପନର ତଥା ଅଧିନାୟିକା  ଆଲିସା ହିଲି ୫ ରନ୍‌ କରି ଆଉଟ୍‌ ହୋଇଥିଲେ ।  ଅନ୍ୟ ଓପନର ବୃନ୍ଦା ଦିନେଶ ଓ ତାହିଲା ମ୍ୟାକ୍‌ଗ୍ରା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ  ୪୮ରେ ପହଞ୍ଚାଇଥିଲେ । ନବମ ଓଭରରେ  ଆଶା ଉଭୟଙ୍କୁ ଆଉଟ୍‌ କରିଥିଲେ । ଏହାପରେ ଗ୍ରେସ ହ୍ୟାରିସ ଓ ଶ୍ୱେତା ସେରାୱତ ଦମ୍‌ଦାର  ବ୍ୟାଟିଂ କରି ୭୭ ରନ୍‌ର ଭାଗିଦାରୀ ଗଠନ  କରିବା ଫଳରେ ୟୁପି ବିଜୟ ନିକଟତର ହୋଇଥିଲା।

୧୬ ଓଭର ଶେଷ ସୁଦ୍ଧା ୟୁପି  ୧୨୬ ରନ୍‌ ସଂଗ୍ରହ କରିନେଇଥିଲା । ୧୭ତମ  ଓଭରରେ ଆଶା ଆଉ ୩ଟି ୱିକେଟ୍‌ ନେଇ  ବିପର୍ଯ୍ୟୟ ଘଟାଇଥିଲେ । ଶ୍ୱେତା ୩୧, ଗ୍ରେସ  ୩୮ ଓ କିରଣ ନାଭଗିରେ ୧ ରନ୍‌ କରି ଆଉଟ୍‌  ହୋଇଥିଳେ । ତଥାପି ୟୁପି ଲଢେଇ ଜାରି ରଖିଥିଲା। ଅନ୍ତିମ ଓଭରରେ ବିଜୟ ପାଇଁ ୧୧  ରନ୍‌ ଆବଶ୍ୟକ ହେଉଥିଲା । କ୍ରିଜରେ ଥିବା  ଦୀପ୍ତି ଶର୍ମା ବହୁ ପ୍ରୟାସ କରିଥିଲେ ହେଁ ଜିତାଇ  ପାରି ନଥିଲେ । ମାତ୍ର ୨ ରନ୍‌ରେ ଦଳ ପରାଜିତ  ହୋଇଥିଲା ।  

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ୟୁପି  ୱାରିୟର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରୟାଲ୍‌  ଚ୍ୟାଲେଞ୍ଜର୍ସ ୬ୱିକେଟ୍‌ ହରାଇ ୧୫୭ ରନ୍‌  କରିଥିଲା। ଦଳ ପକ୍ଷରୁ ରିଚା ଘୋଷ ୩୭ଟି  ବଲ୍‌ରୁ ୬୨(୧୨ଚୌକା) ରନ୍‌ କରିଥିଲେ ।  ସେହିପରି ଏସ ମେଘନା ୫୩(୭ଚୌକା,  ୧ଛକା) ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.