ଭୁବନେଶ୍ବର, ୨୯/୧୧ : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷକ ଭାଇମାନେ ହେଉଛନ୍ତି ଆମର ମେରୁଦଣ୍ଡ । ପୃଥିବୀ ପୃଷ୍ଠରେ ସାମଗ୍ରିକ ଖାଦ୍ୟ ସୁରକ୍ଷା ପାଇଁ କୃଷକମାନଙ୍କର ବହୁତ ଭୂମିକା ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଉଛି : ‘ଜୟ ଯବାନ, ଜୟ କିଷାନ ’ । କିନ୍ତୁ ଦୁଃଖ କଥା କୃଷକ ଭାଇମାନେ ଯେଉଁ ସମ୍ମାନର ଅଧିକାରୀ ହେବା କଥା ସେମାନଙ୍କୁ ତାହା ମିଳିପାରିନାହିଁ ବୋଲି କହିଛନ୍ତି ପାରାଦୀପ୍ ଫସ୍ଫଟେ୍ସ ଲିମିଟେଡର କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧି ରଞ୍ଜନ ମିଶ୍ର ।
ସେ ଆହୁରି ମଧ୍ୟ କହିଛନ୍ତି , ପ୍ରମେୟ ପରିବାର ତରଫରୁ ଏହି ଯେଉଁ ଅଭିନବ ପରିକଳ୍ପନା କରାଯାଇଛି ତାହା ଅଭିନନ୍ଦନୀୟ । ଆମେ ପାରାଦୀପ ଫସ୍ଫେଟ୍ସ ଲିମିଟେଡ ତରଫରୁ ଏହାକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ଏବଂ ‘କୃଷକ ରତ୍ନ ସମ୍ମାନ-୨୦୨୩’ ଉତ୍ସବ ସମସ୍ତଙ୍କୁ ବହୁତ ଭଲ ଲାଗିବ । ଖାସ୍ କରି ଆମ କୃଷକ ଭାଇ ଓ ଭଉଣୀମାନଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଉତ୍ସାହପ୍ରଦ ହେବ । ଆମେ ଏହି ସମ୍ମାନ ପ୍ରଦାନ ଉତ୍ସବକୁ ଆଗାମୀ ବର୍ଷମାନଙ୍କରେ ମଧ୍ୟ ପାଳନ କରିବାକୁ ପ୍ରତିଶ୍ରୁତି ବଦ୍ଧ ।