ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୪/୧୨: ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମ୍‌ର ଉତ୍ତରରେ ବାତ୍ୟା ‘ମିଗଜାଉଁ’ ସ୍ଥଳଭାଗକୁ ଅତିକ୍ରମ କରିବ । ସେତେବେଳକୁ ଏହା ଭୀଷଣ ବାତ୍ୟା ରୂପ ନେଇଥିବ । ଓଡ଼ିଶାରେ ଏହା ପ୍ରବଳ ବର୍ଷା କରାଇବ । ସୋମବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି । ନିର୍ଧୁମ ବର୍ଷା ଯୋଗୁ ଫସଲକୁ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । 

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ବାତ୍ୟା ପ୍ରଭାବରେ ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୭୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ବି ବର୍ଷିବ ।

୫ରେ ଆହୁରି ନିର୍ଧୁମ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ୭୦ରୁ ୨୦୦ମିମି ଯାଏ ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ଭାରୀ ବର୍ଷା ହେବ । ୭୦ରୁ ୧୧୦ମିମି ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୬ରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ ତାରିଖରୁ ରାଜ୍ୟରେ ବର୍ଷା କମିଯିବ ।

ବାତ୍ୟାର ସ୍ଥିତିକୁ ନେଇ ପାଣିପାଗର ପୂର୍ବାନୁମାନ ହେଉଛି, ଏହା ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିମି ବେଗରେ ଅଗ୍ରସର ହେଉଛି । ପରେ ଏହା ନିଜ ଗତିପଥ ବଜାୟ ରଖି ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗାପସାଗର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖରେ ପହଞ୍ଚିବ ।  ପରେ ଏହା ଉତ୍ତର ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତି କରିବ । ୫ ତାରିଖ ସକାଳେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲାର ଓ ମଛଲିପଟନମ୍‌ ମଧ୍ୟରେ ଏକ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲାମିଟର ଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ପବନର ଝଟ୍‌କା ୧୧୦ କିମି ରହିବ ।

ବାତ୍ୟା ପ୍ରଭାବରେ ୪ ତାରିଖରେ ଓଡ଼ିଶା ଉପକୂଳରେ ୩୫ରୁ ୪୫କିମି ବେଗରେ ପବନ ବହିବ । ପବନର ଝଟ୍‌କା ୫୫କିମି ଯାଏ ଯାଇପାରେ । ୫ ତାରିଖ ସନ୍ଧ୍ୟାରୁ ପବନର ବେଗ ସାମାନ୍ୟ ବଢ଼ିପାରେ । ୪୦ରୁ ୪୫କିମି ବେଗରେ ପବନ ବହିବ । ପବନର ଝଟ୍‌କା ଘଣ୍ଟା ପ୍ରତି ୬୦କିମି ରହିପାରେ । ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ  ଓଡ଼ିଶା ଉପକୂଳ ସମୁଦ୍ରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ଜମିରେ ଥିବା ଫସଲ ନଷ୍ଟ ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଲଗାଣ ବର୍ଷାରେ କିଛି ଜାଗାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ । ଅମଳ ଉପଯୋଗୀ ହୋଇଥିଲେ ଏହାକୁ ଶୀଘ୍ର କାଟି ନେବାକୁ ପରାମର୍ଶ ଦିଆଯାଇଛି । ଚାଷ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Also Read:-

ବାତ୍ୟା ‘ମିଗଜାଉଁ’ ପ୍ରଭାବ: ପୁଣି ୬ ଏକ୍ସପ୍ରେସ ଟ୍ରେନ ବାତିଲ, ପୂର୍ବତଟ ରେଳପଥର ହେଲ୍ପଲାଇନ୍‌ ନମ୍ବର ଜାରି

  • prameyanews
  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.