ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟର ୨୦ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର,୧୧/୦୨: ରବିବାର ରାଜ୍ୟର ୨୦ ଜିଲ୍ଲାରେ ହାଲୁକା  ବର୍ଷା ସମ୍ଭାବନା ଅଛି । ସୋମବାର ମଧ୍ୟ କେତେକ ଜାଗାରେ ସାମାନ୍ୟ ବର୍ଷା  ହୋଇପାରେ । ଅନ୍ୟପକ୍ଷରେ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩  ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ଦୁଇଦିନ ହେବ ରାତି ତାପମାତ୍ରା ହଠାତ୍‌ କମିଥିଲା ଅନେକ ସ୍ଥାନରେ ।  ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୯.୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ  ରାଉରକେଲାରେ ୧୦.୮, କେନ୍ଦୁଝରରେ ୧୧, ଝାରସୁଗୁଡ଼ାରେ ୧୧.୧,  ଅନୁଗୁଳରେ ୧୧.୬, ଫୁଲବାଣୀ ୧୨.୬, ବାରିପଦାରେ ୧୨.୬, କେନ୍ଦ୍ରାପଡ଼ା  ୧୩.୮ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା ଖସି ୧୫ ଡିଗ୍ରୀରେ  ପହଞ୍ଚିଥିବା ବେଳେ କଟକରେ ୧୪.୨, ବାଲେଶ୍ୱରରେ ୧୪.୩, ଚାନ୍ଦବାଲିରେ  ୧୪.୯ ଡିଗ୍ରୀ ଥିଲା । ତାପମାତ୍ରା କମିବାରୁ ଶୀତ ସାମାନ୍ୟ ଅନୁଭୂତ ହୋଇଥିଲା ।  

ଏବେ ପାଣିପାଗ ବିଭାଗ କହିଛି, ରାତି ତାପମାତ୍ରା ପୁଣି ବଢ଼ିବ । ୨ ଦିନରେ  ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିପାରେ । ଏମିତି ହେଲେ ଶୀତ ପୁଣି ହଜିଯିବ । ଅନ୍ୟପକ୍ଷରେ ରବିବାର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,  ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ,  ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ  ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସୋମବାର ଅନୁଗୁଳ,  ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ,କେନ୍ଦୁଝର,  ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି ।  

ରାଜ୍ୟରେ ଦିନ ତାପମାତ୍ରା ପ୍ରାୟତଃ ୨୮ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ  ଥିଲା ଶନିବାର । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮, ନୟାଗଡ଼ରେ ୩୩, ରାୟଗଡ଼ାରେ ୩୩.୬ ଡିଗ୍ରୀ ସେଲସିୟସ୍‌ ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.