ନୂଆଦିଲ୍ଲୀ ୧୧/୦୨: ଆପଣ ଗଭୀର ନିଦରେ ଶୋଇଥିବା ସମୟରେ କେବେ ଏପରି ଅନୁଭବ ହୋଇଛି, ଆପଣ ତଳକୁ ଖସିପଡୁଥିବେ ଏବଂ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବେ। ଏହାପରେ ହଠାତ୍ ଏକ ଝଟ୍କା ଅନୁଭବ କରିବେ। ଏହା ବହୁତ ଲୋକଙ୍କ ସହିତ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି ଏହା କାହିଁକି ହୋଇଥାଏ? ନିଦରେ ଏପରି ଅନୁଭବ କରିବା ସ୍ଥିତିକୁ କୁହାଯାଇଥାଏ ହାଇପନିକ୍ ଜର୍କ। ଏହା ଶୋଇବା ଏବଂ ଜାଗ୍ରତ ମଧ୍ୟରେ ଥିବା ଅବସ୍ଥା। ଏଥିରେ ଜଣେ ବ୍ୟକ୍ତି ନା ପୂରା ନିଦରେ ଥାଏ ଏବଂ ନା ପୂରା ଚେଇଁ ରହିଥାଏ। ନିଦର ପ୍ରଥମ ସୋପାନରେ ଏହି ଝଟ୍କା ଅନୁଭବ ହୋଇଥାଏ, ଯେତେବେଳେ ହାର୍ଟର ଗତି ଏବଂ ଶ୍ୱାସକ୍ରିୟା ମନ୍ଥର ହୋଇଥାଏ।
ହାଇପନିକ୍ ଜର୍କ କୌଣସି ରୋଗ କିମ୍ବା ନର୍ଭସ ସିଷ୍ଟମ୍ ଡିସଅର୍ଡର ନୁହେଁ। ରିସର୍ଚ୍ଚ ଅନୁସାରେ ଶୋଇବା ସମୟରେ ଝଟ୍କା ଅନୁଭବ ହେବା ସାଧାରଣ କଥା। ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକ ଏହା ଅନୁଭବ କରିଥାନ୍ତି। ଡକ୍ଟର୍ କୁହନ୍ତି ନିଦ ଆସିବାର କିଛି ଘଣ୍ଟାରେ ଏପରି ଝଟ୍କା ଆସିପାରେ। ବିଶେଷଜ୍ଞମାନେ କୁହନ୍ତି, ଶରୀରକୁ ଝଟ୍କା ସେତେବେଳେ ଲାଗିଥାଏ ଯେତେବେଳେ ନିଦରେ ବ୍ୟକ୍ତି ସ୍ୱପ୍ନ ଦେଖିଥାଏ କିମ୍ବା ମନରେ କୌଣସି ଦ୍ୱନ୍ଦ ଥାଇ ନିଦ ଆସିଥାଏ। ଏହାର ମୁଖ୍ୟ କାରଣ ଅଜିର ସମୟରେ ଚିନ୍ତା ଏବଂ ଅବସାଦ।
ଏହା ବ୍ୟତୀତ ପ୍ରର୍ଯ୍ୟପ୍ତ ନିଦର ଅଭାବ, ବିଳମ୍ବିତ ରାତି ଯାଏ କାମ କରିବା, ଟିଭି ଏବଂ ଫୋନ୍ ଦେଖିବା ମଧ୍ୟ ଏହି ସମସ୍ୟାକୁ ବଢାଇଥାଏ। ବେଳେ ବେଳ ସନ୍ଧ୍ୟାରେ ଅଧିକ ଶାରୀରିକ ପରିଶ୍ରମ କରିବା ମଧ୍ୟ ହାଇପନିକ୍ ଜର୍କର କାରଣ ହୋଇପାରେ। ଶରୀରରେ କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ ଅଭାବରୁ ବି ଏହା ହୋଇଥାଏ।