ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାଟୋକୁ ଟଙ୍କା ଦେଉନଥିବା ଦେଶ ଉପରେ ଆକ୍ରମଣ ଲାଗି ଋଷକୁ ପ୍ରୋତ୍ସାହନ କରିବି: ଡୋନାଲ୍ଡ ଟ୍ରମ୍ପ

Image Courtesy: nytimes

ଓ୍ବାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ରେସ୍‌ରେ ପୁଣି ଥରେ ସାମିଲ ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗିରହିଛି । ଦକ୍ଷିଣ କାରୋଲିନାରେ ନିର୍ବାଚନୀ ରାଲି ସମୟରେ ଟ୍ରମ୍ପ କହିଛନ୍ତି ଯେ, ଏଥର ରାଷ୍ଟ୍ରପତି ହେଲେ ନାଟୋକୁ ଟଙ୍କା ଦେଉନଥିବା ସଦସ୍ୟ ରାଷ୍ଟ୍ର ଉପରେ ରୁଷକୁ ଆକ୍ରମଣ କରିବା ଲାଗି ପ୍ରୋତ୍ସାହିତ କରିବେ । ଟ୍ରମ୍ପଙ୍କ କହିବାର ଅର୍ଥ, ଟଙ୍କା ନଦେଲେ ସୁରକ୍ଷା କଥା ଭୁଲିଯାଆ । ଏଭଳି କହି ୩୧ ରାଷ୍ଟ୍ରକୁ ନେଇ ଗଠିତ ନାଟୋର ପୁଞ୍ଜି ଉପରେ ଟ୍ରମ୍ପ ପ୍ରଶ୍ନ କରିଦେଇଥିବା ଚର୍ଚ୍ଚା ହେଉଛି । 

ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଆସିବା ପରେ ନାଟୋ ମୁଖ୍ୟ ଜେମ୍ସ ଷ୍ଟୋଲେନବର୍ଗ ତରବରିଆ ଭାବେ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଯିଏ ବି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତନ୍ତୁ ନା କାହିଁକି, ୟୁଏସ୍‌ ନାଟୋର ସହଯୋଗୀ ରହିବ ।  ସେପଟେ ନାଟୋର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଫଣ୍ଡିଂ ଏବଂ ଖର୍ଚ୍ଚକୁ ନେଇ ବିବାଦ ବହୁ ପୁରୁଣା ।   ଶୀତଳ ଯୁଦ୍ଧ ପରେ ପରେ ନାଟୋ ରାଷ୍ଟ୍ର ନିଜ ନିଜର ପ୍ରତିରକ୍ଷା ବଜେଟ କମ୍‌ କରିଦେଇଥିଲେ । ହେଲେ ୨୦୧୪ରେ କ୍ରିମିୟା ଉପରେ ଋଷ କବଜା କରିବା ପରେ ୟୁରୋପୀୟ ଦେଶ ସବୁ ପୁଣି ଥରେ ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିଥିଲେ । 

ଏହି ସମୟରେ ନାଟୋ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା ଯେ, ସବୁ ସଦସ୍ୟ ରାଷ୍ଟ୍ର ନିଜର ପ୍ରତିରକ୍ଷା ବଜେଟକୁ ଅତିକମ୍‌ରେ ଜିଡିପିର ୨ ପ୍ରତିଶତ କରିବେ । ୨୦୨୪ରେ ଏହି ଲକ୍ଷ୍ୟ ହାସଲ କରିବାର ଥିଲା । କିନ୍ତୁ ୨୦ଟି ଦେଶ ନାଟୋର ଏହି ନିୟମକୁ ମାନିପାରି ନାହାନ୍ତି । ହେଲେ ଗତବର୍ଷ ଜୁଲାଇରେ ଲିଥୁଆନିଆ ରାଜଧାନୀରେ ନାଟୋ ପକ୍ଷରୁ ଏକ ଶିଖର ସମ୍ମିଳନୀ ହୋଇଥିଲା । ଏଥିରେ ପ୍ରତ୍ୟେକ ଦେଶ ଜିଡିପିର ୨ ପ୍ରତିଶତ ଅର୍ଥ ସେନା ଲାଗି ଖର୍ଚ୍ଚ କରିବେ ବୋଲି  ସହମତି ହୋଇଥିଲା ।

ଅନ୍ୟପକ୍ଷରେ ୨୦୧୪ ବେଳକୁ କେବଳ ୩ଟି ଦେଶ ପ୍ରତିରକ୍ଷା ବଜେଟ ଲାଗି ୨ ପ୍ରତିଶତ ଟାର୍ଗେଟ ପୁରା କରିପାରିଥିଲେ । ୨୦୨୨ ବେଳକୁ ଏହି ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ୨୦୨୩ରେ ୧୧ଟି ଦେଶ ୨ ପ୍ରତିଶତ ଖର୍ଚ୍ଚ କରିବାକୁ ସମର୍ଥ ହୋଇଥିଲେ ।  ଏହାର ଅର୍ଥ ୨୦ଟି ଦେଶ ଏବେ ବି ନାଟୋର ପ୍ରତିରକ୍ଷା ଫଣ୍ଡକୁ ସଠିକ୍‌ ଢ଼ଙ୍ଗରେ ଅର୍ଥ ଦେଇପାରୁ ନାହାନ୍ତି । ତେବେ ଟ୍ରମ୍ପଙ୍କ ଇସାରା ଏହି ୨୦ ଦେଶ ଆଡ଼କୁ ଥିଲା ବୋଲି କୁହାଯାଉଛି । ୧୧ଟି ଦେଶ ଜିଡିପିର ୨ ପ୍ରତିଶତରୁ ଅଧିକ ପ୍ରତିରକ୍ଷା ଫଣ୍ଡ ଲାଗି ଖର୍ଚ୍ଚ କରୁଛନ୍ତି । ଏହି ତାଲିକାରେ ଆମେରିକା, ବ୍ରିଟେନ୍‌, ହଙ୍ଗେରୀ, ରୋମନିଆ, ସ୍ଲୋଭାକିଆ, ଫିନଲ୍ୟାଣ୍ଡ, ଗ୍ରୀସ, ପୋଲାଣ୍ଡ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ଲାଟିଭିଆ ସାମିଲ । 

 

  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.