ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛତିଶଗଡ଼ କିଏ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଗାଦି, ଦୌଡରେ ବିଜେପିର ୭ ଜଣ ନେତା

ରାୟପୁର,୦୪/୧୨: ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସକୁ  ପରାଜିତ କରି ବିଜେପି ବିପୁଳ ଭୋଟରେ  ବିଜୟୀ ହେଇଛି । ଫଳରେ ବିଜେପି ଏଠାରେ  ସରକାର ଗଠନ କରିବାକୁ ଯାଉଛି । କିନ୍ତୁ  ନିର୍ବାଚନରେ ବିଜେପି କୌଣସି ନେତାଙ୍କୁ  ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରି  ନଥିଲା । ବିଜେପି କହିଥିଲା କି ଦଳ ଜିତିବା  ପରେ ବିଧାୟକଙ୍କ ସହମତି ଆଧାରରେ  ନେତା ନିର୍ବାଚନ କରାଯିବ।

କୁହାଯାଉଛି କି ମୁଖ୍ୟମନ୍ତ୍ରୀ ଦୌଡରେ  ବିଜେପିର ୭ ଜଣ ନେତା ଏବେ ଦାବିଦାର  ଅଛନ୍ତି । ସେମାନେଙ୍କ ମଧ୍ୟରେ ଅଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଦଳର  ବରିଷ୍ଠ ନେତା ଅରୁଣ ସାଓ, ବ୍ରିଜମୋହନ  ଅଗ୍ରୱାଲ, ଲତା ଉସେଣ୍ଡି, ରେଣୁକା ସିଂହ,  ବିଜୟ ବାଘେଲ ଓ ସରୋଜ ପାଣ୍ଡେ । ରମଣ  ସିଂହ ୧୫ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ  ରହିଥିଲେ । କିନ୍ତୁ ଏଥର ବିଜେପି ତାଙ୍କ ନାମ  ନେଇ ନଥିଲା । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଦୌଡର  ସବୁଠାରୁ ଆଗରେ ରହିଛନ୍ତି । ଅରୁଣ ସାବ  ବିଳାସପୁରର ସାଂସଦ ଥିଲେ । 

ତାଙ୍କୁ ବିଜେପି  ଲୋରେମୀ ବିଧାନସଭା ଆସନରେ ପ୍ରାର୍ଥୀ  କରିଥିଲା । ସେ ଓବିସି ସମାଜର ହୋଇଥିବା  ବେଳେ ଅନ୍ୟତମ ଦୃଢ଼ ଦାବିଦାର ମଧ୍ୟ  ଅଟନ୍ତି । ରାଜ୍ୟର ବରିଷ୍ଠ ନେତାଙ୍କ ମଧ୍ୟରୁ  ବ୍ରିଜମୋହନ ଅଗ୍ରୱାଲ ଅନ୍ୟତମ । ସେ  ଚଳିତଥରକୁ ମିଶାଇ ୮ଥର ବିଧାୟକ  ନିର୍ବାଚିତ ହୋଇଛନ୍ତି । ରମଣ ସରକାରରେ  ମନ୍ତ୍ରୀ ରହିଥିଲେ । ତାଙ୍କର ଭଲ ଅନୁଭବ  ମଧ୍ୟ ରହିଛି । ଲତା ଉସେଣ୍ଡି ବିଜେପିର  ବଡ ଆଦିବାସୀ ଚେହେରା । ୨୦୦୩ରେ  ପ୍ରଥମ କରି ବିଧାୟକ ହୋଇଥିଲେ । ସେ  ଦୁଇଥର ବିଧାୟକ ହୋଇଛନ୍ତି । ବିଜେପି  ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ  କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ବିଜେପି  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ମହିଳା ଓ  ଆଦିବାସୀ ଚେହେରା ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦୃଢ଼ ଦାବିଦାର  ବୋଲି କୁହାଯାଉଛି ।  

ସେହିଭଳି ବିଜେପି ନେତ୍ରୀ ରେଣୁକା  ସିଂହ ମଧ୍ୟ ଆଦିବାସୀ ସମାଜର ଜଣେ ବଡ  ନେତ୍ରୀ । ୨୦୦୩ରେ ସେ ପ୍ରଥମଥର ପାଇଁ ବିଧାନସଭାକୁ ଆସିଥିଲେ । କିନ୍ତୁ ପରେ  ତାଙ୍କୁ ଲୋକସଭାକୁ ପଠାଇ ଦିଆଯାଇଥିଲା ।  ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାର  ମହାସଚିବ ଭାବେ କାର୍ଯ୍ୟ କରିଛନ୍ତି । ବିଜୟ  ବାଘେଲ ଏବେ ଦୁର୍ଗ ଲୋକସଭା ଆସନରୁ  ସାଂସଦ ଅଛନ୍ତି । ଏଥର ବିଜେପି ତାଙ୍କୁ  କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ  ସହ ଲଢ଼ିବାକୁ ଛାଡିଥିଲା । ସେ ଓବିସି  ଚେହେରା ହୋଇଥିବାରୁ ମୁଖ୍ୟମନ୍ତ୍ରୀ  ରେସ୍‌ରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ  ସରୋଜ ପାଣ୍ଡେଙ୍କ ନାମ ଚର୍ଚ୍ଚାକୁ ଆସିଛି ।  ବର୍ତ୍ତମାନ ସେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା  ରାଜ୍ୟସଭା ସଦସ୍ୟ ଅଛନ୍ତି । ସେ ବିଜେପି  ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.