ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଦୀପାବଳିରେ ମାଟିଦୀପ ଜଳାଇବା କାହିଁକି ? ଜାଣନ୍ତୁ ଏହା ପଛରେ କ'ଣ ରହିଛି ନିର୍ଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ କାରଣ

ନୂଆଦିଲ୍ଲୀ ୦୬/୧୧: ଭାରତୀୟ ପରମ୍ପରା ଅତି ସମୃଦ୍ଧ । ଅଧିକାଂଶ  ପୂଜାବ୍ରତ,ଉତ୍ସବ ପଛରେ ରହିଛି ଶାସ୍ତ୍ରସମ୍ମତ ତଥା ବିଜ୍ଞାନସମ୍ମତ କାରଣ । ଶାରଦୀୟ ଦୁର୍ଗାପୂଜା ପରି ଦୀପାବଳୀ ମହୋତ୍ସବ ଦେଶର ଏକ ସାର୍ବଜନୀନ ପର୍ବ । ଏହି ଦିନ କେଉଁଠାରେ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଏ ତ ଆଉ କେଉଁଠି ମା’କାଳୀଙ୍କୁ ପୂଜା କରାଯାଏ । ମାତ୍ର ସମସ୍ତେ ଘରେ ଘରେ ମାଟିଦୀପ ଜଳାଇଥାନ୍ତି । ଦୀପର ଆଲୋକରେ ଚାରିଆଡ଼ ଜାଜ୍ଜ୍ୱଲ୍ୟମାନ ହୋଇଉଠେ । ତେବେ ମାଟିଦୀପ ଜଳାଯାଏ  କାହିଁକି? ଏହା ପଛରେ ରହିଛି ନିର୍ଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ କାରଣ ।  

ପଂଚତତ୍ତ୍ୱ ଯଥା-ମାଟି,ଜଳ,ଅଗ୍ନି,ବାୟୁ ଓ ଆକାଶକୁ ନେଇ  ସାରା ସଂସାର ଗଢ଼ା ହୋଇଛି । ଏହି ପଞ୍ଚତତ୍ତ୍ୱର ପ୍ରତୀକ ହେଉଛି  ମାଟି ଦୀପ । ମାଟିରେ ଜଳ ମିଶ୍ରିତ କରାଯାଇ ଗଢ଼ାଯାଏ ଦୀପ ।  ଏହାକୁ ପ୍ରଜ୍ଜ୍ୱଳିତ କରିବା ଲାଗି ଅଗ୍ନି ଆବଶ୍ୟକ ହୁଏ ଏବଂ  ବାୟୁ ସଂସ୍ପର୍ଶରେ ଆସିଲେ ଏହା ଜଳେ । ଫଳରେ ଚାରିପାଶ୍ୱର୍  ଆଲୋକିତ ହୋଇଥାଏ । ମାଟିଦୀପର ନମ୍ର, କମ୍ର ଆଲୋକ ମନରେ  ଶାନ୍ତି,ପବିତ୍ରତା ଭାବ ଖେଳାଇଦେଇଥାଏ । ଯାହା ବାତାବରଣରେ  ସକାରାତ୍ମକ ଉର୍ଜା ସୃଷ୍ଟି କରି ମନରୁ ଉଦ୍‌ବେଗ,ଚିନ୍ତା ଦୂର କରିଦିଏ । 

ଅନ୍ୟପକ୍ଷରେ ଦୀପାବଳୀରେ ମାଟିଦୀପ ଜଳାଇବା ଜ୍ୟୋତିଷ  ଶାସ୍ତ୍ର ସମ୍ମତ । ଏହି ଶାସ୍ତ୍ର ମତରେ ମଙ୍ଗଳ ଗ୍ରହ ଭୂମି ଓ ମାଟିର  କାରକ ଅଟେ । ସେହିପରି ତୈଳର ସମ୍ପର୍କ ମହାଗ୍ରହ ଶନିଙ୍କ ସହ  ରହିଛି । ଅର୍ଥାତ୍‌ ମାଟିଦୀପ ଜଳାଇବା ଦ୍ୱାରା ଉଭୟ ମଙ୍ଗଳ ଓ ଶନି  ବ୍ୟକ୍ତିବିଶେଷଙ୍କ ପାଇଁ ମଜବୁତ ହୋଇଥାନ୍ତି । ଏହି ଦୁଇ ଗ୍ରହ  ସନ୍ତୁଷ୍ଟ ହେଲେ ଜୀବନ ଧନଧାନ୍ୟ,ସୁଖରେ ଭରପୂର ହୋଇଯାଏ ।  ଏହାବ୍ୟତୀତ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖୀ ହୋଇଥାଏ । ଦୀପାବଳୀ ମହୋତ୍ସବ ପାଳନ ପଛରେ ରହିଛି ଆହୁରି  ଏକ ପୌରାଣିକ କାରଣ । ରାବଣକୁ ବଧ କରିବା ସହିତ ଦୀର୍ଘ ୧୪ବର୍ଷର ବନବାସ ଶେଷ କରି ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର,  ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସହ ଫେରିଥିଲେ ଅଯୋଧ୍ୟା  ନଗରୀକୁ । ପ୍ରଭୁଙ୍କ ଆଗମନରେ ଉତ୍‌ଫୁଲ୍ଲିତ ଅଯୋଧ୍ୟାବାସୀ  ଘରେ ଘରେ ଦୀପଜାଳି ଉତ୍ସବ ମନାଇବା ସହ ସ୍ୱାଗତ କରିଥିଲେ ।

  • prameyanews
  • PrameyaOdia
  • prameya
  • Diwali 2023
  • Copyright © 2022 - Summa Real Media Private Limited. All Rights Reserved.