ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆହୁରି କମିବ ଶୀତ, ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର, ୩୧/୦୧ : ରାଜ୍ୟରେ ଆହୁରି କମିବ ଶୀତ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ୁଥିବାବେଳେ ଆଗକୁ ଆହୁରି ବଢ଼ିବ । ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ । ଏଣିକି କମ୍‌ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ପୂର୍ବାନୁମାନ ଅନୁସାରେ, ଆଗକୁ ରାତି ତାପମାତ୍ରା ଆହୁରି ବଢ଼ିବ । ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁ ଶୀତ କମିଯିବ । ସେହିଭଳି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୪ ଓ ୫ ତାରିଖରେ ଦିନ ତାପମାତ୍ରା ୩୨ରୁ ୩୩ ଡିଗ୍ରୀରେ ପହଞ୍ଚିବ । ରାତି ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ଛୁଇଁଯିବ । ତେବେ ୨ତାରିଖରେ ବର୍ଷାର ସାମାନ୍ୟ ପ୍ରଭାବ ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ୫, ୬ ଓ ୭ ତାରିଖରେ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମିବ ।  

ପାଣିପାଗ ବିଭାଗର ଆକଳନ କହୁଛି, ୩୧ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, କଟକ, ବୌଦ୍ଧ ଓ କଳାହାଣ୍ଡିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସେହିଭଳି ୧ ଓ ୨ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.