ବେଙ୍ଗଲୁରୁ, ୧୩/୧୧: ଛୁରୀ ଭୁସି ୪ ଜଣଙ୍କୁ ହତ୍ୟା କରାଯାଇଛି । କର୍ଣ୍ଣାଟକର ଉଡୁପିରେ ଘଟିଛି ଭୟାନକ, ବିଭତ୍ସ. ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଉଡୁପିର ତୃପ୍ତିନଗରରେ ମାଆ ସହ ୩ ପୁଅଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ପୋଲିସ ଅନୁସାରେ, ମୃତକଙ୍କ ମଧ୍ୟରେ ହସିନା ଓ ତାଙ୍କ ୩ ପୁଅ ଅଫଗାନ, ଏନାଜ ଓ ୧୨ ବର୍ଷର ଅସିମ୍ ରହିଛି । ହସିନାଙ୍କ ଶାଶୂଙ୍କୁ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ୍ ନିର୍ଦ୍ଦେଶକୁ ଦୀପାବଳିରେ ଧୂଆଁରେ ଉଡ଼େଇ ଦେଲେ ଲୋକ, ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ
ପୋଲିସ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାଛଡ଼ା ସ୍ନିଫର୍ କୁକୁରଙ୍କ ସହାୟତାରେ ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି । ପୋଲିସ ଅନୁସାରେ, ଏହି ହତ୍ୟାକାଣ୍ଡରେ ୩ରୁ ଅଧିକ ଅଭିଯୁକ୍ତ ସାମିଲ୍ ହୋଇଥିବେ ।
ହତ୍ୟାକାଣ୍ଡ ସମୟରେ ୧୨ ବର୍ଷର ଅସିମ୍ ବାହାରେ ଖେଳୁଥିଲା । ସେ ଘର ଭିତରକୁ ପଶିବା ମାତ୍ରେ ରକ୍ତ ଧାର ଦେଖି ଚିତ୍କାର କରିଥିଲା । ହତ୍ୟାକାରୀ ଅସିମଙ୍କୁ ବି ହତ୍ୟା କରିଥିଲେ । ଉଡୁପି ଏସପି କହିଛନ୍ତି, ପୋଲିସ ତଦନ୍ତ କରୁଛନ୍ତି । ଶୀଘ୍ର ହିଁ ଅଭିଯୁକ୍ତଙ୍କୁ ଗିରଫ କରିବୁ । ଏସପି କହିଛନ୍ତି, ଦେଖିଲେ ଲାଗୁଛି ହତ୍ୟାର କାରଣ ଲୁଟ୍ ନୁହେଁ ବରଂ ବ୍ୟକ୍ତିଗତ ଶତ୍ରୁତା ।
ଆସୁଛି ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର