ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ହୃତ୍ ଫୁସ୍‌ଫୁସୀୟ ପୁନର୍ଜୀବନ ପ୍ରକ୍ରିୟା ସମ୍ପର୍କିତ କର୍ମଶାଳା

ପୁରୀ ୭/୧୨ : ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ହୃତ୍ ଫୁସ୍‌ଫୁସୀୟ ପୁନର୍ଜୀବନ ପ୍ରକ୍ରିୟା ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଅଛି l   ଆପାତକାଳୀନ ସ୍ଥିତିରେ ହୃଦ୍‌ଘାତ କିମ୍ବା ଶ୍ଵାସ ପ୍ରଶ୍ଵାସ ନେଇ ପାରୁନଥିବା ଜଣେ ମୂମୂର୍ଷୁ ବ୍ୟକ୍ତିଙ୍କ ସାମୟିକ ଜୀବନ ରକ୍ଷା ପାଇଁ ହୃତ୍ ଫୁସଫୁସୀୟ ପୁନର୍ଜୀବନ ଏକ ମହତ୍ବପୂର୍ଣ୍ଣ ପ୍ରକ୍ରିୟା କିଭଳି ହେବ ତାହା କର୍ମଶାଳାରେ  ମକଡ୍ରିଲ କରାଯାଇଥିଲା  । ଆବଶ୍ୟକ ସମୟରେ ଜଣେ ସାଧାରଣ ବ୍ୟକ୍ତି କିଭଳି ସଠିକ୍ ଭାବେ ଏହି ପ୍ରକ୍ରିୟାରେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବ ସେ ସମ୍ପର୍କିତ ଏକ ସଚେତନତା ଓ ପ୍ରଶିକ୍ଷଣ କର୍ମଶାଳା ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ଆନୁକୂଲ୍ୟରେ ସାଧାରଣ ଜନତା ଓ ଯୁବପୀଢ଼ିକୁ ପ୍ରଶିକ୍ଷଣ ଦେବା ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡିନ୍ ପ୍ରଫେସର ସବିତା ମହାପାତ୍ର ଉଦଘାଟନ କରିଥିବାବେଳେ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର କୌଶିକ ମିଶ୍ର, ପ୍ରଫେସର ଲଲାଟେନ୍ଦୁ ସ୍ବାଇଁ, ପ୍ରଫେସର ଆରତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

         କର୍ମଶାଳାରେ ରାଷ୍ଟ୍ରୀୟ ଭେଷଜ ବିଜ୍ଞାନ ପରୀକ୍ଷା ବୋର୍ଡ଼ର ଅଧ୍ୟକ୍ଷ ଡାକ୍ତର ଅଭିଜାତ୍ ସେଠ୍ ଆଭାସୀ ମାଧ୍ଯମରେ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବିଶେଷଜ୍ଞ ଡା. ସଞ୍ଜୀବ ମିତଲ ଏବଂ ଡା. ଦେବାଶିଷ ଧର୍ ହୃତ୍ ଫୁସଫୁସୀୟ ପୁନର୍ଜୀବନ ପ୍ରକ୍ରିୟା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ପରେ କଲେଜର ନିଶ୍ଚେତକ ବିଭାଗ ଅଧ୍ୟାପକ ଡା. ରାମଚନ୍ଦ୍ର ସାହୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ସହ କେଉଁ ପରିସ୍ଥିତିରେ ଓ କିଭଳି ସଠିକ୍ ଭାବେ ଚାପ ଦେଇ ହୃତ୍ ଫୁସଫୁସୀୟ ପୁନଜୀବନ ପ୍ରକ୍ରିୟା ସମ୍ପାଦନ କରାଯାଇ ପାରିବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡା. ଦେବାଶିଷ ପଣ୍ଡିତ ପରିଚାଳନା କରିଥିବା ବେଳେ କଲେଜର ବହୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଗ୍ରାମବାସୀ ଏଥିରେ ଅଂଶଗ୍ରହଣ କରିବା ସହ ହୃତ୍ ଫୁସଫୁସୀୟ ପୁନର୍ଜୀବନ ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।

ଆହୁରି ପଢନ୍ତୁ : ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ଜଳିଗଲା ୫ ବର୍ଷର ଶିଶୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.