ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ବକ୍ସିଂ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ: ଅଲିମ୍ପିକ୍‌ ଟିକେଟ ଲକ୍ଷ୍ୟରେ ଶିବା, ନିଶାନ୍ତ

ନୂଆଦିଲ୍ଲୀ,୦୩/୦୩: ରବିବାଣଠୁ ଇଟାଲୀ ଠାରେ ଆରମ୍ଭ ହେଉଛି ବିଶ୍ୱ ବକ୍ସିଂ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତରୁ ମୋଟ ୯ଜଣ (୭ ପୁରୁଷ, ୨ ମହିଳା)  ବକ୍ସର ଭାଗ ନେବେ । ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍‌ ପାଇଁ ଏହା ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ । ଫଳରେ ଭାରତୀୟ ବକ୍ସରମାନେ ଶ୍ରେଷ୍ଠ  ପ୍ରଦର୍ଶନ ଦେଇ ଅଲିମ୍ପିକ୍‌ ଟିକେଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । 

ଟୁର୍ଣ୍ଣାମେଣ୍ଟରେ ମୋଟ ୪୯ଟି ଅଲିମ୍ପିକ୍‌ କୋଟା ସ୍ଥାନ  ରହିଛି । ବର୍ଗରେ ସେମି ଫାଇନାଲ୍‌ରେ ପ୍ରବେଶ କଲେ  କୋଟା ସ୍ଥାନ ପକ୍କା ହୋଇଯିବ ।  ପୁରୁଷ ବର୍ଗରେ ଷ୍ଟାର୍‌ ବକ୍ସର  ଶିବା ଥାପା (୬୩.୫କିଲୋ),  ନିଶାନ୍ତ ଦେବ (୭୧କିଲୋ)  ଓ ଦୀପକ ଭୋରିଆ  (୫୧କିଲୋ)ଙ୍କ ଉପରେ  ସମସ୍ତଙ୍କ ନଜର ରହିବ ।  ଇତିମଧ୍ୟରେ ଭାରତରୁ ୪ଜଣ ମହିଳା ବକ୍ସର ନିଖତ  ଜରିନ, ପ୍ରୀତି ପାୱାର, ପରବୀନ ହୁଡ଼ା ଏବଂ ଲଭ୍‌ଲିନା  ବୋର୍ଗୋହେଁ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । 

ଭାରତୀୟ ଦଳ: ମହିଳା- ଜସ୍ମିନ ଲାମ୍ବୋରିଆ  (୬୦କିଲୋ), ଅଙ୍କୁଶିତା ବୋରୋ (୬୬କିଲୋ) । ପୁରୁଷ- ଦୀପକ ଭୋରିଆ (୫୧କିଲୋ), ମହମ୍ମଦ ହୁସାମୁଦ୍ଦିନ  (୫୭କିଲୋ), ଶିବା ଥାପା (୬୩.୫କିଲୋ), ନିଶାନ୍ତ  ଦେବ (୭୧କିଲୋ), ଲକ୍ଷ୍ୟ ଚହର (୮୦କିଲୋ), ସଞ୍ଜିତ (୯୨କିଲୋ), ନରେନ୍ଦର ବରୱାଲ (୯୨କିଲୋରୁ ଊଦ୍ଧ୍ୱର୍) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.