ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ସୁପ୍ରିମକୋର୍ଟର ମହିଳା ଓକିଲଙ୍କୁ ହତ୍ୟା, ୨୪ ଘଣ୍ଟା ପର୍ଯ୍ୟନ୍ତ ଷ୍ଟୋର ରୁମ୍ରେ ଲୁଚିକିଥିଲା ସ୍ବାମୀ, ଅଭିଯୁକ୍ତ ସ୍ବାମୀ

ନୂଆଦିଲ୍ଲୀ,୧୧।୯: ନୋଏଡାରେ ସୁପ୍ରିମକୋର୍ଟର ମହିଳା ଓକିଲଙ୍କୁ ହତ୍ୟା। ଏହି ମାମଲାର ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ହତ୍ୟା ପରେ ମହିଳାଙ୍କ ସ୍ବାମୀ ଷ୍ଟୋର ରୁମ୍‌ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଲୁଚି ଯାଇଥିଲା। ରବିବାର ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତକୁ ଧରିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖନୀୟ ଯେ, ଗତ ରବିବାର ନୋଏଡା ସେକ୍ଟର ୩୦ ସ୍ଥିତ ଡି-୪୦ କୋଠିରେ ରହୁଥିବା ରେନୁ ସିହ୍ନାଙ୍କ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ବାଥରୁମ୍ ଭିତରୁ ମିଳିଥିଲା। ୬୧ ବର୍ଷର ଓକିଲ ରେନୁ ସିହ୍ନା ସୁପ୍ରିମକୋର୍ଟରେ ପ୍ରାକ୍ଟିସ୍‌ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ରେନୁଙ୍କ ହତ୍ୟା କରାଯାଇଛି। ପୋଲିସ ଯେତେବେଳେ ବାଥରୁମ୍ ଭିତରେ ପହଞ୍ଚିଥିଲା ସେଠାରେ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖିଥିଲା। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସର ସୂଚନା ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଘରକୁ ନେଇ ବିବାଦ ଥିଲା। କାରଣ ମହିଳା ଜଣକ ବଙ୍ଗଳା ବିକ୍ରି କରିବାକୁ ଚାହୁଁନଥିଲେ ଯେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା। ଦୁହିଁଙ୍କ ଭିତରେ ବହୁଦିନ ହେବ କୌଣସି ଘଟଣାକୁ ନେଇ ବିବାଦ ଚାଲିଥିଲା। ପୋଲିସକୁ ମହିଳାଙ୍କ ଭାଇ କୌଣସି ଅଘଟଣ ହେବାର ଆଶଙ୍କାରେ ରବିବାର ରାତିରେ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କବାଟ ଭାଙ୍ଗି ଏକ ଟିମ୍ ଭିତରେ ପଶିଥିଲା। ରେନୁଙ୍କ କାନ ପାଖରେ ଆଘାତ ଚିହ୍ନ ଥିଲା। ଏହାପରେ ପୋଲିସ ରେନୁଙ୍କ ସ୍ବାମୀଙ୍କୁ ଫୋନ୍ କରିଥିଲା। ତେବେ ସେ ଫୋନ୍ ବନ୍ଦ କରି ରଖିଥିବାରୁ ପୋଲିସକୁ ସନ୍ଦେହ ହୋଇଥିଲା। ଖୋଜାଖୋଜି ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଷ୍ଟୋର ରୁମ୍‌କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.