ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନରେ ନିୟୋଜିତ ଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁ, ସରକାରୀ ସହାୟତା ପାଇଁ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ମାଲକାନଗିରି ୧୫/୫,  ନିର୍ବାଚନ ରେ ପ୍ରିଜାଡିଙ୍ଗ ଅଫିସର ଭାବେ ନିୟୋଜିତ ଦୁର୍ଘଟଣା ରେ ମୃତ ଶିକ୍ଷକ ଙ୍କୁ ସରକାରୀ ସହାୟତା ଯୋଗାଇ ଦେଵା ପାଇଁ ଶିକ୍ଷକ ସଂଘ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଙ୍କୁ ଦାବିପତ୍ର ଦେଇଛନ୍ତି।

 ୨୦୨୪ ସାଧାରଣ ନିର୍ବାଚନରେ କାର୍ଯ୍ୟରତ ଥାଇ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ରାସ୍ତାରେ ବସ ଧକ୍କାରେ  ମୃତ୍ୟୁ ବରଣ କରିଥିବା ପ୍ରିଜାଇଡିଂ ଅଫିସରଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ପକ୍ଷରୁ ସାହଯ୍ୟ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି ଜିଲ୍ଳା ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ।

ମାଲକାନଗିରି ଜିଲ୍ଲା ରେ ହୋଇଯାଇଥିବା ସାଧାରଣ ନିର୍ବାଚନର ୧୨୨ ନମ୍ବର ବୁଥ କୁର୍ଷୁୱାଡା ଠାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବନ୍ଧଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ  ଇନ୍ଦ୍ରଜିତ କୀର୍ଷାନି ଘରକୁ ଫେରୁଥିଲେ। ଏହି ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଏକ ଘରୋଇ ମିନୀବସ ଯାହାର ରେଜିଷ୍ଟ୍ରେସନ୍ ନମ୍ବର- ଓ ଆର୍ ୦୨ ଏ ଟି ୭୯୩୨ ସହ ମୁହାଁମୁହିଁ ଧକ୍କା ହେଵାପରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ଶିକ୍ଷକ ଙ୍କ ପରିବାର ଲୋକଙ୍କ ନିମନ୍ତେ କ୍ଷତିପୂରଣ ବାବଦକୁ ଦାବିକରୀ  ଆଜି ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଏହାର ଏକ ନକଲ ରାଜ୍ଯ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ଭୁବନେଶ୍ୱର ଙ୍କୁ ମଧ୍ୟ ପଠାଇଛନ୍ତି । ଜିଲ୍ଲା ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ, ରାଜ୍ୟ ଉପସଭାପତି ରଞ୍ଜିତ ନାୟକ, ଉପଦେଷ୍ଟା ପ୍ରଦୀପ ଦଳେଇ, ବ୍ଲକ ସଭାପତି ଅରବିନ୍ଦ ପ୍ରସାଦ ଜେନା, ମନୋରଞ୍ଜନ ବେହେରା, ବିକାଶ ସେଠୀ, ପଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.