ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରକ୍ ଚକା ତଳେ ଚାପି ହୋଇ ଜଣେ ମୃତ, ଟ୍ରାଫିକ୍ କର୍ମଚାରୀଙ୍କ ଅବହେଳାକୁ ନେଇ ଉତ୍ତେଜିତ ଲୋକେ

କଟକ, ୩୦।୪: କଟକ ଦୋଳମୁଣ୍ଡାଇ ଛକରେ ଟ୍ରକ୍ ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ନୋ ଏଣ୍ଟ୍ରି ସମୟରେ କିଭଳି ସହର ଭିତରକୁ ଟ୍ରକ୍ ପଶୁଛି ତାକୁ ନେଇ ଉତ୍ତେଜନା ଦେଖାଦେବା ସହ ଲୋକମାନେ ଟ୍ରକ୍ ଭଙ୍ଗାରୁଜା କରି ଡ୍ରାଇଭରକୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଟ୍ରାଫିକ ପୋଲିସ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ । ମହତାବ ରୋଡ୍‌ସ୍ଥିତ ଏକ ଟ୍ରାନ୍ସପୋର୍ଟରେ ମାଲ ଖାଲି କରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସାଇକେଲରେ ଯାଉଥିବା କଟକ ଭଗତପୁର ଅଞ୍ଚଳର ପ୍ରମୋଦ କୁମାର ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ଲୋକେ ଟ୍ରକ୍ ଭଙ୍ଗାରୁଜା କରିଥିଲେ । ଏଭଳି କି ଟ୍ରକ୍ ଚାଳକକୁ ମଧ୍ୟ ମାଡ଼ ମାରିଥିଲେ । 

ଖବର ପାଇ ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ନମ୍ବର ପ୍ଲେଟ୍‌ର ଫଟୋ ଉଠାଇ ଫାଇନ କାଟୁଥିବା ବେଳେ ଟଙ୍କା ନେଇ ନୋ ଏଣ୍ଟ୍ରି ସମୟରେ ମଧ୍ୟ ଭାରିଯାନ ଓ ଟ୍ରକ୍ ସବୁ ଛାଡ଼ୁଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ସକାଳ ୬ଟା ରୁ ରାତି ୧୦ଟା ଭିତରେ ସହର ଭିତରକୁ କୌଣସି ଭାରିଯାନ ପଶିବାର ଅନୁମତି ନାହିଁ । ସହରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ କମିଶନରେଟ୍ ଟ୍ରାଫିକ ପୋଲିସ ପକ୍ଷରୁ ଏଭଳି କଟକଣା ଲଗାଯାଇଥିଲା । ହେଲେ ସେହି ଟ୍ରାଫିକ କର୍ମଚାରୀ ହିଁ ନିୟମକୁ ଫୁ କରି ଚୁପ ବସିଯାଇଛନ୍ତି । ଯାହାଫଳରେ ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା । 

ଅନ୍ୟପଟେ ଖରା ଦିନ ଥିବାରୁ ଲୋକ ଦିନରେ ବାହାରକୁ ଯିବା ପରିବର୍ତ୍ତେ ଅଧିକାଂଶ ଲୋକ ରାତିରେ ବଜାର ଯାଉଛନ୍ତି । ସେଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାର୍କେଟରେ ଗହଳି ଚହଳି ରହୁଛି । ତେଣୁ ରାତିରେ ଅଧିକ ଟ୍ରାଫିକ ବ୍ୟବସ୍ଥା କରିବା ସହ ରାତି ୧୦ଟା ଯାଏଁ ଥିବା ନୋ ଏଣ୍ଟ୍ରି ନିୟମକୁ ବଢ଼ାଯାଉ ବୋଲି କଟକ ବାସିନ୍ଦା କହିଛନ୍ତି । ସେପଟେ ଟ୍ରାଫିକ ଏସିପିଙ୍କ ପକ୍ଷରୁ ସଫେଇ ରଖାଯାଇଛି କି ଟ୍ରକ୍‌ଟି ରାତି ୧୦ଟା ପରେ ଦୁର୍ଘଟଣା ଘଟାଇଛି । ଯେଉଁ ଟ୍ରାଫିକ୍ କର୍ମଚାରୀମାନେ ନିୟମ ଉଲଙ୍ଘନ କରି ନୋ ଏଣ୍ଟ୍ରି ବେଳେ ଟ୍ରକ୍ ଛାଡ଼ୁଥିବେ, ଏନେଇ ଅଭିଯୋଗ ଆସିଲେ ଉକ୍ତ ଟ୍ରାଫିକ୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.