ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟେମେନ ଉପକୂଳରେ ବୁଡିଲା ଡଙ୍ଗା, ୪୯ ମୃତ, ୧୪୦ ନିଖୋଜ...

ନୂଆଦିଲ୍ଲୀ: ପ୍ରବାସୀ ମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ୟେମେନ ଉପକୂଳରେ ବୁଡ଼ିଯାଇଛି । ଏହି ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ(IOM) ମଙ୍ଗଳବାର ଏହି ସୂଚନା ଦେଇଛି ।

ଆଇଓଏମ୍ ଏକ ବିବୃତ୍ତିରେ କହିଛି ଯେ, ଏହି ଡଙ୍ଗାଟି ସୋମାଲିଆର ଉତ୍ତର ଉପକୂଳଠାରୁ ପ୍ରାୟ ୩୨୦ କିଲୋମିଟର ଦୂରରେ ପ୍ରାୟ ୨୬୦ ଜଣ ସୋମାଲିୟ ଏବଂ ଇଥିଓପିଆର ଲୋକଙ୍କୁ ନେଇ ଯାଉଥିଲା । କିନ୍ତୁ ଏହା ୟେମେନର ଦକ୍ଷିଣ ଉପକୂଳରେ ବୁଡ଼ିଗଲା ।

ସୂଚନା ଅନୁଯାୟୀ,ନିଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୭୧ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩୧ ଜଣ ମହିଳା ଏବଂ ୬ ଜଣ ଶିଶୁ ଅଛନ୍ତି । ପୂର୍ବ ଆଫ୍ରିକା ଏବଂ ଆଫ୍ରିକାର ହର୍ନରୁ ଆସୁଥିବା ପ୍ରବାସୀ ମାନଙ୍କ ପାଇଁ ୟେମେନ ଏକ ପ୍ରମୁଖ ଗମନାଗମନ ମାର୍ଗ, ଯାହାକି କାମ ପାଇଁ ଗଲ୍ଫ ଦେଶମାନଙ୍କରେ ପହଞ୍ଚିବାକୁ ଚେଷ୍ଟା କରେ । ଗତ ମାସରେ ଆଇଓଏମ୍ କହିଛି ଯେ, ୟେମେନରେ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଗୃହଯୁଦ୍ଧ ସତ୍ତ୍ବେ ବାର୍ଷିକ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା ୨୦୨୧ ରୁ ୨୦୨୩ ମଧ୍ୟରେ ତିନିଗୁଣ ବୃଦ୍ଧି ପାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.